ନଳକୂପରୁ ବାହାରୁନି ପାଣି, ହନ୍ତସନ୍ତ ଲୋକେ
କଣାସ: ପୁରୀ ଜିଲ୍ଲାର କଣାସ ବ୍ଲକ ଚିଲିକା ଉପକୂଳରେ ଅବସ୍ଥାପିତ ହୋଇଥିବାରୁ ବର୍ଷସାରା ଏଠାରେ ପାନୀୟଜଳ ସମସ୍ୟା ଲାଗି ରହୁଥିବାବେଳେ ରୌଦ୍ରତାପ ସମୟରେ ଏହା ଉଗ୍ରରୂପ ଧାରଣା କରେ । ଯାହା ଜିଲ୍ଲା ଓ ବ୍ଲକ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ତେବେ ପାନୀୟଜଳ ସମସ୍ୟା ପୂରଣ ପାଇଁ ବ୍ଲକରେ ୯ଶହରୁ ଊଦ୍ଧ୍ୱର୍ ନଳକୂପ, ୬୦ରୁ ଊଦ୍ଧ୍ୱର୍ ଗଭୀର କୂପ ଖନନ କରାଯାଇଥିଲା । ମାତ୍ର ଅର୍ଦ୍ଧାଧିକ ନଳକୂପରୁ ଲୁଣି ପାଣି ବାହାରିବାରୁ ସେଗୁଡିକ ଧିରେ ଧିରେ ଅଚଳ ହୋଇପଡିଥିବାବେଳେ ଆଉ ଯେଉଁ କେତେକ ନଳକୂପ ରହିଛି, ସେଗୁଡିକ ଜଳପତନ ହ୍ରାସ ଯୋଗୁଁ ଜଳ ବାହାରୁ ନଥିବା ବେଳେ ଆଉ କେତେକରୁ ବାଲି ପଙ୍କ ମିଶ୍ରିତ ଜଳ ବାହାରୁ ଥିବାରୁ ତାହା ପାନୀୟ ପାଇଁ ଅନୁପଯୋଗୀ । ଯାହାଫଳରେ ସ୍ଥାନୀୟ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁଁ ଡହଳ ବିକଳ ହେଉଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତରେ ଏପ୍ରିଲ୨ତାରିଖ ଠାରୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଟ୍ୟାଙ୍କ ଯୋଗେ ପାନୀୟଜଳ ଯୋଗାଇ ଦେବା ପାଇଁ ସରପଞ୍ଚଙ୍କୁ ନିଦେ୍ର୍ଦଶ ଥିଲେ ମଧ୍ୟ କେତୋଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ଆରମ୍ଭ ହୋଇଥିବାବେଳେ ଆଉ କେତେକ ପଞ୍ଚାୟତରେ ଟ୍ୟାଙ୍କରେ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ହୋଇନଥିବା ଜଣାପଡିଛି । ଏ ସଂପର୍କରେ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ନିଦେ୍ର୍ଦଶ ଦେବା ପରେ ମଧ୍ୟ କେତେକ ସରତପଞ୍ଚ ଅବହେଳା କରୁଛନ୍ତି । ମୁଁ ତାହା ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି ।