ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଯାଜପୁର : ଯାଜପୁର ଜିଲାସ୍ତରୀୟ ଡ଼.ବି.ଆର. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଅଛି । ଜିଲାପାଳ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲାସଂସ୍କୃତି ଅଧିକାରୀ ସୋନାଲି ବେହେରା ଯୋଗ ଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପରେଅତିଥି ଜିଲାପାଳ ନିଖିଲପବନ, ଅତିରିକ୍ତ ଜିଲାପାଳ ଶ୍ରୀ ସାମଲ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ସଂସ୍କୃତି ଭବନ ପରିସର ମଧ୍ୟରେ ଥିବା ଉକôଳ ଗୌରବ ମଧୁସୂଦନ ଦାସ, ଉକôଳମଣି ଗୋପବନ୍ଧୁ ଦାସ, କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦିବସ ପାଳନ ଉପଲକ୍ଷେ ଅତିଥି ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବାସହ ବି ଆର ଆମ୍ବେଦକର ସମ୍ବିଧାନ ପ୍ରଣୟନର କର୍ଣ୍ଣଧାର, ଅର୍ଥ ନୈତିଜ୍ଞ ଏବଂ ସାମାଜିକ ପରିବର୍ତ୍ତନର ଜଣେ ପ୍ରବୀଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ, ଜିଲାସଂସ୍କୃତି ବିଭାଗ କର୍ମଚାରୀ, ଜିଲା ମିଶନ ଶକ୍ତି ଭବନ କର୍ମଚାରୀ ଉପସ୍ଥିତ ଥିଲେ ।