ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ?

ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ?

ଆଜିକାଲି ବ୍ୟସ୍ତବହୁଳ ଜୀବନ ସେହି ଜୀବନରେ ଆମେ ନିଜର ଖାଦ୍ୟପେୟ ଉପରେ ସାଧାରଣତ ଧ୍ୟ୍ୟାନ  ଦେଇନଥାଉ , କିନ୍ତୁ ଏହା ଉପରେ ଧ୍ୟ୍ୟାନ  ନଦେବା ଆମପାଇଁ ଘାତକ ସାଜିପାରେ ।  କାରଣ ଉତ୍ତମ ଜୀବନଶୈଳୀ ଆମକୁ ସୁସ୍ଥତା ରଖିବା ସହ ଆମ ଶରୀରକୁ ସୁସ୍ଥ ରଖିଥାଏ ।  କିନ୍ତୁ ଆପଣ ମାନେ ଜାଣନ୍ତି କି   ଆମର ଉତ୍ତମ ଜୀବନଶୈଳୀ ପାଇଁ ଆମକୁ ସୁସ୍ଥ ଖାଇବା ସହ ସୁସ୍ଥ ପାନୀୟ ଆମକୁ ସୁସ୍ଥ ରଖିଥାଏ । ସୂଚନା ଅନୁଯାୟୀ ଆଜିକାଲି ଲୋକମାନେ ଫିଟନେସ୍ ପ୍ରତି ଏକ ସଚେତନ ହେଲେଣି  ।  ସେମାନେ ଓଜନ  କମାଇବାକୁ ଚାହାଁନ୍ତି ଏବଂ ଏଥିପାଇଁ ଭିନ୍ନ-ଭିନ୍ନ ଖାଦ୍ୟପେୟ ସହ ସ୍ବାସ୍ଥ୍ୟକର ପାନୀୟକୁ ନିଜ ଜୀବନଶୈଳୀରେ ଆପଣାଇଛନ୍ତି  ।   ଯେଉଁଥିରେ କିଛି ଲୋକ ଜିମରେ ଘଣ୍ଟା-ଘଣ୍ଟା ଉତ୍ତମ ବ୍ୟାୟମ କରିବା ସହ ସୁସ୍ଥକର ଡାଏଟ ଖାଦ୍ୟ ନିଜ  ଖାଦ୍ୟପେୟରେ ସାମିଲ କରୁଛନ୍ତି ।  ତଥାପି, ବି ଆପଣ ଜାଣନ୍ତି କି ଏମିତି କିଛି ସ୍ବାସ୍ଥ୍ୟ କର ପାନୀୟ ଅଛି ଯାହା ଆମକୁ ସୁସ୍ଥ ରଖେ   ଓ ଆମକୁ ଓଜନ କମାଇବାରେ ସାହାଯ୍ୟ ମିଳେ । ଏହାର ମଧ୍ୟରେ କିଛି ପାନୀୟ ସବୁ ବେଳେ ଘରେ ରଖା ହୋଇ ଥିବା ସାମଗ୍ରୀ ରୁ ପ୍ରସ୍ତୁତ ହୁଏ ।

ପ୍ରଥମେ ଜାଣନ୍ତୁ ଘରେ ଥିବା ଜିନିଷରେ ଆପଣ କେମିତି ନିଜର ଓଜନ କମାଇପାରିବେ? 
ଲେମ୍ବୁ ପାଣିରେ ଆପଣ ଯଦି ମହୁ ମିଶାଇ ପିଇବେ ତେବେ ଏହା ଆପଣଙ୍କ ଶରୀରର  ଓଜନ କମ ହେବ , ଏହାଦ୍ବାରା ମେଟାବୋଲିଜିମ ର ପରିମାଣ କମ ହୋଇଥାଏ  ।

ଏଥିସହ ଘରେ ଥିବା ପାନମଧୁରୀ ମଧ୍ୟ ଆପଣ ଓଜନ କମ କରିବା ପାଇଁ ବ୍ୟବହାର କରିପାରିବେ , ଏହା ଭୋକ କମ କରେ ,ଓ ପାଟନ ଶକ୍ତିକୁ ବୃଦ୍ଧି ରଖିଥାଏ  ।

ଓଜନ କମ କରିବା ପାଇଁ ଉଷୁମ ପାଣିରେ ପାନ ମଧୁରୀ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ପରେ ସେହି ପାଣି କୁ ଛାଣି ଆପଣ ପିଇପାରିବେ ଏହାଦ୍ବାରା ଓଜନ କମ ହୋଇଯିବ  ।

ଏଥିସହ ଆପଣ ଡାଲଚିନି ପାଣି ବି ପିଇପାରିବେ ଡାଲଚିନି କୁ ଆପଣ ରାତିରେ ଭିଜାଇ ରଖିପାରିବେ ସେହି ପାଣିକୁ ଆପଣ ସକାଳେ ପିଇବା ଦ୍ବାରା ଆପଣଙ୍କ ଓଜନ କମିପାରିବ  ।

ଏଥିସହ ଆପଣ ଜିରା ପାଣି ବି ପିଇପାରିବେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହେବା ସହ ପାଚନ ଶକ୍ତି କୁ ବୃଦ୍ଧି କରିଥାଏ  ।