ଦିଲ୍ଲୀ ନିର୍ବାଚନରେ ଯମୁନା ନଦୀ ପାଲଟିଛି ମୁଖ୍ୟ ପ୍ରସଙ୍ଗ

ଦିଲ୍ଲୀ ନିର୍ବାଚନ ଫଳାଫଳ ଦିନକ ପରେ ଆସିବ। ଏଥର ଯମୁନା ନଦୀର ପାଣି ନିର୍ବାଚନରେ ସବୁ ରାଜନୈତିକ ଦଳ ପାଇଁ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ଯମୁନା ନଦୀର ପାଣି କିଭଳି ପ୍ରଦୂଷିତ ହୋଇ ଜହର ପାଲଟିଛି ଏହାକୁ ନେଇ ଆପ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି ଓ କଂଗ୍ରେସ । ଯମୁନା ନଦୀ ପାଣି ଏତେ ବିଷାକ୍ତ ହେଲାଣି ଯେ, ସାଧାକଣ ଲୋକଙ୍କ ପାଇଁ ଏହାକୁ ବ୍ୟବହାର କରିବା ଅସମ୍ଭବ ହୋଇଗଲାଣି । ନଦୀରେ ସବୁବେଳେ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳୁଛି ।
ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା ଯେ, ଜଳ ବୋର୍ଡର ତଥ୍ୟା ଅନୁଯାୟୀ ଯମୁନା ପାଣିରେ ‘ଆନୋନିଆ’ର ପରିମାଣ ଅଧିକ ରହିଛି । ଯାହା ମଣିଷ ଶରୀରପ୍ର ତି ଅତ୍ୟନ୍ତ କ୍ଷତିକାରକ ବୋଲି ଆପ ପକ୍ଷରୁ କୁହାଯାଇଛି । ନଦୀ ପାଣିଷ ୭୦୦ ଗୁଣା ଅଧିକ ଆମୋନିଆ ଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ମଧ୍ୟ ଲେଖିଥିଲେ । କେଜ୍ରିୱାଲଙ୍କ ବୟାନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଯମୁନା ନଦୀର ପାଣି ପିଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥିପାଇଁ ଆପକୁ ଦାୟୀ କରିବା ସହ କେଜ୍ରିୱାଲଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ ।