କିଣାଯିବ ୭୯ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ

କିଣାଯିବ ୭୯ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ

ନୂଆଦିଲ୍ଲୀ : ୭୯ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏସି ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି । ନାଗ ମିଶାଇଲ, ଏମକେ-୨, ଜିବିଏମଇ, ଏଚଏମଭି ଓ କ୍ରେନ ଭଳି ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଆର୍ମିକୁ ଅନୁମତି ଦିଆଯାଇଛି । ସେହିପରି ନୌସେନାକୁ ଏଲପିଡ଼ି, ଏନଏସଜି, ଏଏଲଡବ୍ଳ୍ୟୁଟି ଆଦି କ୍ରୟ ପାଇଁ ଅନୁମତି ମିଳିଛି । ଏହାଛଡ଼ା ବାୟୁସେନାକୁ ସିଏଲଆରଟିଏସ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହିସବୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜବୁତ୍‌ ହୋଇପାରିବ । ଶତ୍ରୁପକ୍ଷଙ୍କୁ ଜୋରଦାର ଆକ୍ରମଣ କରାଯାଇପାରିବା ସହ ସେମାନଙ୍କର ଆକ୍ରମଣକୁ ବି ରୋକା ଯାଇପାରିବ । ସମ୍ପ୍ରତି ପାକିସ୍ତାନ, ଆମେରିକା ଓ ଚାଇନାର ଏକତ୍ୱ ରହୁଥିବାବେଳେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜବୁତ୍‌ ହେବା ଆବଶ୍ୟକତା ରହିଛି ।