ଟସ୍ ଜିତିଲା ଇଂଲଣ୍ଡ: ଡେବ୍ୟୁ କରିବେ ୨ ଖେଳାଳି,ବାଦ୍ ପଡ଼ିଲେ କୋହଲି

ନାଗପୁର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଉଛି। ଏହାର ପ୍ରଥମ ମ୍ୟାଚ ଆଜି ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କୁ ପ୍ଲେଇଂ ୧୧ରୁ ବାଦ ଦିଆଯାଇଛି। କୋହଲି ନ ଖେଳିବା ଭାରତ ପାଇଁ ଏକ ବଡ଼ ଧକ୍କା। ଦଳ ନିଶ୍ଚିତ ଭାବରେ ତାଙ୍କ ଅଭିଜ୍ଞତା ଏବଂ ବ୍ୟାଟିଂକୁ ମିସ କରିବ। ଦୁଇ ଜଣ ନୂତନ ଖେଳାଳିଙ୍କ ଡେବ୍ୟୁ ଭାରତ ପାଇଁ ଏକ ଭଲ ସଙ୍କେତ। ଏହି ଦୁଇ ଖେଳାଳି ହେଉଛନ୍ତି ଯଶସ୍ବୀ ଜୟସ୍ବାଲ ଏବଂ ହର୍ଷିତ ରାଣା।
ଟସ ପରେ ରୋହିତ ଶର୍ମା କହିଥିଲେ, ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ, କିନ୍ତୁ ଏହା ବିଶେଷ କିଛି ନୁହେଁ। କିଛି ଦିନ ବିଶ୍ରାମ ନେବା ଭଲ ଥିଲା, ଏହା ଏକ ନୂତନ ଆରମ୍ଭ ଏବଂ ଏହା ଭଲ କରିବାର ଏକ ସୁଯୋଗ ଦେବ। ଜୟସ୍ବାଲ ଏବଂ ହର୍ଷିତ ଡେବ୍ୟୁ କରୁଛନ୍ତି, ଦୁର୍ଭାଗ୍ୟବଶତଃ ବିରାଟ ଖେଳୁନାହାଁନ୍ତି, ଗତକାଲି ରାତିରେ ତାଙ୍କର ଆଣ୍ଠୁ ସମସ୍ୟା ହୋଇଥିଲା।
ଭାରତ ବନାମ ଇଂଲଣ୍ଡ ପ୍ଲେଇଂ ୧୧ : ଭାରତ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶ୍ରେୟାସ ଆୟର, ଶୁଭମନ ଗିଲ, କେଏଲ ରାହୁଲ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି।
ଇଂଲଣ୍ଡ: ବେନ ଡକେଟ, ଫିଲିପ ସଲ୍ଟ (ଉଇକଟକିପର), ଜୋ ରୁଟ, ହ୍ୟାରି ବ୍ରୁକ, ଜସ ବଟଲର୍ (ଅଧିନାୟକ), ଲିଆମ ଲିଭିଙ୍ଗ୍ଷ୍ଟୋନ, ଜାକବ ବେଥେଲ, ବ୍ରାଇଡନ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ସାକିବ ମହମୁଦ।