ଅନ୍ତଃ ଅଭିଯୋଗ କମିଟିର ସଚେତନତା କାର୍ଯ୍ୟକ୍ରମ

 ନୂଆପଡା: ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନ୍ତଃ ଅଭିଯୋଗ କମିଟି ପକ୍ଷରୁ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୌନ ନିର୍ଯାତନା ନିବାରଣ ଆଇନ ୨୦୧୩ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୫ ସମ୍ପର୍କରେ  ସମସ୍ତ ଅଧ୍ୟାପକଅଧ୍ୟାପିକା, ଛାତ୍ରଛାତ୍ରୀ ,ସହଯୋଗୀ କର୍ମଚାରୀଙ୍କ ଦ୍ୱାରା ଆଲୋଚିତ ହୋଇଥିଲା । କାର୍ଯ୍ୟରତ ମହିଳା କର୍ମଚାରୀ ତଥାଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସଫଳ କରିବା ପାଇଁ  ସାହାଯ୍ୟ ରେଖା ନମ୍ବର-୧୮୧ ର ପ୍ରଚାର ସହ ସମ୍ବେଦନଶୀଳ /ସଚେତନମୂଳକ ଏହି ଏକ ଦିବସୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମର ଆବଶ୍ୟକତା, ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ, ସହଯୋଗୀ ମହିଳା ସୁରକ୍ଷା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ(ଅନ୍ତଃ ଅଭିଯୋଗ କମିଟିର ମୁଖ୍ୟ), ଅଧ୍ୟାପକ ସୁନୀଲ କୁମାର ପାଢୀ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଠାକୁର, କମିଟି ସଦସ୍ୟା/ସଦସ୍ୟ ଯଥାକ୍ରମେ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ବିୟୁଟି ଅଗ୍ରୱାଲଙ୍କ ସମେତ ଅଧ୍ୟାପିକା ରୀତା ଦାଶ, ଅଧ୍ୟାପିକା ପ୍ରଣତୀ ପଣ୍ଡା, ଅଧ୍ୟାପିକା ରାଜେଶ୍ୱରୀ କରୁଁଆ, ଅଧ୍ୟାପିକା ତନୁଜା ସାହୁ, ଅଧ୍ୟାପିକା ଡ଼ କାଜଲ ମେହେର, ରୀତା ବାରିକ, ଅଧ୍ୟାପିକା ପାୟଲ ପ୍ରଧାନ, ଅଧ୍ୟାପିକା ସନ୍ତୋଷୀ ଶର୍ମା, ଅଧ୍ୟାପକ ଗୁଣବନ୍ତ ସାହୁ, ଅଧ୍ୟାପକ ମୌସମ ପ୍ରଧାନ, ଅଧ୍ୟାପକ ହରିହର ବେଶ୍ରା, ଅଧ୍ୟାପକ ଚିତ୍ତ ରଞ୍ଜନ ଜେନା, ଅଧ୍ୟାପକ ଜିତେନ୍ଦ୍ର କଳସାଇ ପ୍ରମୁଖ ସମସ୍ତ ସହଯୋଗୀ ଯୋଗ ଦେଇଥିଲେ । ଛାତ୍ରୀ ପ୍ରତିନିଧି ଜ୍ୟୋସ୍ନାମୟୀ, ଶ୍ରଦ୍ଧା ଏବଂ ଗିରିସୂତାଙ୍କ ସହ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ପୂର୍ବକ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଫଳ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ ।