କୂଳ ଲଂଘିଲା ସମୂଦ୍ର

 ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଶିଆଳି ଠାରେ ସମୁଦ୍ର ବାରମ୍ବାର କୂଳ ଲଂଘୁଥିବା ବେଳେ, ପୁନର୍ବାର ସମୂଦ୍ର କୂଳଲଂଘନ କରିଛି । ଯେଉଁଥିପାଇଁ ନିକଟସ୍ଥ ଗ୍ରାମ ଗୁଡ଼ିକର ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି । ବଙ୍ଗୋପସାଗରରେ ଏକ ଲଘୁଚାପ ସ୍ଟୃଷ୍ଟି ହୋଇଥିବାବେଳେ, ଶିଆଳି ନିକଟରେ ସମୂଦ୍ରର ଭୀଷଣ ରୂପ ଅନୁଭୂତ ହୋଇଛି । ଆଜି ମଧ୍ୟାହ୍ନରେ ଶିଆଳି ନିକଟରେ ସମୂଦ୍ର ହଠାତ୍ ଜନବସତି ମୁହାଁ ହୋଇଛି । କୂଳ ଠାରୁ ସମୂଦ୍ର ଜୁଆର ଓଟିଡିସି ଅତିଥି ଭବନ ଦେଇ ପାଞ୍ଚଶହ ମିଟର ପର୍ଯ୍ୟନ୍ତ ଜନବସତି ମୁହାଁ ହୋଇ ଶିଆଳି ଗ୍ରାମରେ ଜୁଆର ପାଣି ପଶିଛି । ସମୂଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ ଗୁଡିକ ପ୍ରଭାବିତ ହୋଇଥିବା ବେଳେ, ଏଥିନେଇ ଶିଆଳି, ରାମତରା, କଳାବେଦୀ ପଦ୍ମପୁର ଓ ସାହାଡାବେଦୀ ପ୍ରଭ୍ରୃତି ସମୂଦ୍ର କୂଳିଆ ଗାଁ ଗୁଡ଼ିକର ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି ।