ଉପଭୋକ୍ତାଙ୍କୁ ଆଶ୍ବସ୍ତି: ଅପରିବର୍ତ୍ତିତ ରହିଲା ବିଜୁଳି ଦର

ଉପଭୋକ୍ତାଙ୍କୁ ଆଶ୍ବସ୍ତି: ଅପରିବର୍ତ୍ତିତ ରହିଲା ବିଜୁଳି ଦର

ଅପରିବର୍ତ୍ତିତ ରହିଲା ସାଧାରଣ ଗ୍ରାହକଙ୍କ ପାଇଁ ବିଜୁଳି ଦର  । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍‌ ଦର ନିର୍ଦ୍ଧାରଣ କରିଛନ୍ତି ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ-ଓଇଆରସି  । ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍‌ କରି ଏହି ଘୋଷଣା କରିଛନ୍ତି  । ପ୍ରିପେଡ୍‌ ବିଲ୍‌ ଭରିଲେ ମିଳିବ ୪ ପ୍ରତିଶତ ରିହାତି  । ଡିଜିଟାଲ୍‌ ପେମେଣ୍ଟ୍‌ କଲେ ମିଳୁଥିବା ୪ ପ୍ରତିଶତ ରିହାତି  ବଳବତ୍ତର ରହିଛି  । ସେହିପରି ୨ କିଲୋ ୱାଟ୍‌ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଥିଲେ ରେଣ୍ଟ୍‌ ଛାଡ କରାଯିବ  ।