ଅବଦୁଲ୍ ସମାଦଙ୍କ ତୁଫାନି : ଇନିଂସ୍ ଲକ୍ଷ୍ନୌର ସୁପର ଜିତ୍

 ନୂଆଦିଲ୍ଲୀ : ଶନିବାର ଖେଳା ଯାଉଥିବା ଦ୍ୱିତୀୟ ମ୍ୟାଚ୍ ରୋମାଞ୍ଜକ ଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୮୦ ରନ୍ ଟାର୍ଗେଟ ଦେଇଥିଲା । ଟାଗେଁଟକୁ ଲକ୍ଷ୍ୟ କରି ରାଜସ୍ଥାନ ରୟାଲ୍ସ ମଇଦାନକୁ ଓଲ୍ହାଇଥିଲା । ଶେଷ ପର୍ଯ୍ୟନ୍ତ କିଏ ଜିତିବ କିଏ ହାରିବ କିଛି ଜଣାପଡ଼ୁନଥିଲା । ଶେଷ ଓଭରରେ ୯ ରନ୍ ଥିଲା । ଶେଷ ୪ଟା ବଲରେ ୬ ରନ ବାକି ଥିବା ବେଳେ ହେଟମାୟର ୭ ବଲରେ ୧୨ ରନ୍ କରି କ୍ୟାଚ୍ ଆଉଟ ହୋଇଥିଲେ । ଶେଷରେ ବହୁ ସଂଘର୍ଷ କରି ୨ ରନ୍ରେ ଲକ୍ଷ୍ନୌ ମ୍ୟାଚ୍କୁ ଜିତି ଯାଇଥିଲା ।   
ଆଇପିଏଲର ୩୬ତମ ମୁକାବିଲାରେ ଅବଦୁଲ୍ ସମାଦଙ୍କ ତୁଫାନି ଇନିଂସ । ଇଡେନ୍ ମାରକ୍ରମ ଓ ଆୟୁଷ ବଦୋନିଙ୍କ ପରେ ଅନ୍ତିମ ଓଭରରେ ସେ ଫାଇନାଲ୍ ଟଚ୍ ଦେଇଥିଲେ । ମାତ୍ର ୧୦ଟି ବଲ୍ ଖେଳି ୩୦୦ ଷ୍ଟ୍ରାଇକ୍ ରେଟ୍ରେ ୩୦ ରନ୍ କରିଥିଲେ । ଏଥିରେ ୪ଟି ଛକା ରହିଛି । ମାରକ୍ରମ ୬୬ ଓ ବଦୋନି ୫୦ ରନ୍ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟନ୍ସ ୧୮୦ ରନ୍ କରିଥିଲା । ଫଳରେ ରାଜସ୍ଥାନ ରୟାଲ୍ସ ସାମ୍ନାରେ ୧୮୧ ରନ୍ର ଟାର୍ଗେଟ୍ ରହିଥିଲା ।
ଶନିବାର ଦ୍ୱିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ ସବାଇ ମାନସିଂ ଷ୍ଟାଡିୟମ୍ ଜୟପୁର ଖେଳାଯାଉଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା । ପାୱାର ପ୍ଲେରେ ମିଚେଲ ମାର୍ଶ ୪ ରନ୍ ଓ ନିକୋଲାସ ପୁରନ ୧୧ ରନ କରି ଆଉଟ୍ ହୋଇଥିଲେ । ହେଲେ ଗୋଟିଏ ପାର୍ଶ୍ୱରୁ ଇଡେନ ମାରକ୍ରମ୍ ଲଢ଼େଇ କରିଥିଲେ । ସେ ୪୫ଟି ବଲ୍ ଖେଳି ୬୬ ରନ୍ କରି ଆଉଟ୍ ହେବା ପରେ ଆୟୁଷ ବଦୋନି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ଶେଷ ଓଭରରେ ଅବଦୁଲ ସମାଦ ଚାରୋଟି ଛକା ମାରିଥିଲେ । ସେ ୩୦ ରନ୍ କରି ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ହସରଙ୍ଗା ଦୁଇଟି ୱିକେଟ୍ ନେଇଥିଲେ ।