ଅରୁଣାଚଳ ପ୍ରଦେଶରେ ଭୟଙ୍କର ଟ୍ରକ ଦୁର୍ଘଟଣା : ୧୮ ମୃତ
ଅରୁଣାଚଳ ପ୍ରଦେଶ : ଶ୍ରମିକଙ୍କୁ ନେଇ କାମକୁ ଯାଉଥିବା ସମୟରେ ହଜାର ଫୁଟ ଘାଇ ତଳକୁ ଖସିଲା ଟ୍ରକ । ଅରୁଣାଚଳର ହାୟୁଲିଆଙ୍ଗ ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶର ଭାରତ ଚୀନ୍ ସୀମା ନିକଟରେ ଆସାମର ତିନସୁକିଆ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସିି ପଡିବାରୁ ଘଟଣା ସ୍ଥଳରେ ୧୮ ଜଣ ଶ୍ରକିକଙ୍କର ମୃତ ହୋଇଛି । ୧୮ ଜଣଙ୍କ ମୃତଦେହ ଜବତ ହୋଇଥିବାବେଳେ ଜଣେ ଜୀବିତ ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ୧୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଖୋଜା ଚାଲିଛି ।
ସୂଚନା ଅନୁସାରେ, ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ନିୟନ୍ତ୍ରଣ ହରାଇ ପ୍ରାୟ ହଜାର ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ବଗିଚାର ବୋଲି ଜଣାପଡିଛି । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ମୁକାବିଲା ଦଳ ଘଟଣାସ୍ଥଳରେ ପହଞ୍ଚି ଜୀବିତମାନଙ୍କୁ ଖୋଜିବା ସହ ବାକି ମୃତଦେହ ଗୁଡିକୁ ଉଦ୍ଧାର କରୁଛନ୍ତି ।
ଡିସେମ୍ବର ୮ରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକଟି ହଜାର ଫୁଟ୍ ଗଭୀରକୁ ଖସିପଡିଥିବାରୁ କେହି ଏ ଦୁର୍ଘଟଣା ବିଷୟରେ ଜାଣିପାରିନଥିଲେ । ଆଜି ଦୁର୍ଘଟଣାରେ ଜୀବିତ ଥିବା ଶ୍ରମିକ Chipra GREF Campରେ ପହଞ୍ଚି ଖବର ଦେବା ପରେ ଦୁର୍ଘଟଣା ବିଷୟରେ ଜଣାପଡିଥିଲା । ଖବର ପାଇ ଭାରତୀୟ ସେନା, ସ୍ଥାନୀୟ ପୁଲିସ, NDRF, SDRF ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।