ଜିଏସଟି ୨.୦ ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ
ନୂଆଦିଲ୍ଲୀ : ସେପ୍ଟେମ୍ବର ୨୨ ତାରିଖ ଦେଶର ଦୋକାନୀ, ଗାଡି ବିକ୍ରେତା ଓ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉସôାହ ଦେଖିବାକୁ ମିଳିଛି । ସାରା ଦେଶରେ ନବରାତ୍ରୀର ପ୍ରଥମ ପୂଜା ଆରମ୍ଭ ହେବା ସହିତ ମୋଦି ସରକାର ଜିଏସଟି ୨.୦ ଲାଗୁ କରିଛନ୍ତି; ଏହା ଦେଶବାସୀଙ୍କ ପାଇଁ ପ୍ରକୃତ ଦୀପାବଳି ଉପହାର ସାବ୍ୟସ୍ତ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଏହି ସମୟୋଚିତ ଟିକସ ସଂସ୍କାର ସାଧାରଣ ଲୋକଙ୍କୁ ଏକସଙ୍ଗେ ଦରହ୍ରାସ, ସରଳ ଟିକସ ବ୍ୟବସ୍ଥା ଓ ନିତ୍ୟବ୍ୟବହାର୍ଯ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ତ୍ୱରିତ ଆଶ୍ୱସ୍ତି ପ୍ରଦାନ କରିଛି । ଏହା ସେମାନଙ୍କ ଖୁସିକୁ ବହୁଗୁଣିତ କରିଛି ।
ପ୍ରଧାନମନ୍ତ୍ରୀ ମୋଦି ଜିଏସଟି ୨.୦ କୁ ଭାରତର ଲୋକଙ୍କ ପାଇଁ ଉସôର୍ଗୀକୃତ ଏକ ସଂସ୍କାର ବୋଲି କହିଥିଲେ । ତାଙ୍କ କଥାରେ ସତ୍ୟତା ରହିଛି । ଏହା କେବଳ ଏକ ଫମ୍ପା ନୀତିଗତ ପରିବର୍ତ୍ତନ ନୁହେଁ ବରଂ ଏକ ଉସôବମୁଖୀ ଆନନ୍ଦ ପରି ଅନୁଭବ ହୋଇଛି । ବଜାରକୁ ଅବଲୋକନ କଲେ କାର ଶୋ’ରୁମ ଗୁଡ଼ିକରେ ଗ୍ରାହକଙ୍କର ଧାଡ଼ି ଲମ୍ବିଛି । ଅନଲାଇନ୍ କାର୍ଟଗୁଡ଼ିକର ଅର୍ଡର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ପ୍ରଥମ ଦିନରେ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିବାର ସଂକେତ ଦେଇଛି । ଐତିହାସିକ ସଂଖ୍ୟା ସହିତ ଅଟୋମୋବାଇଲ କ୍ଷେତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ନୂତନ ଜିଏସଟି ଢାଞ୍ଚା ଅଧୀନରେ ୪ ମିଟରରୁ କମ୍ ଛୋଟ କାରଗୁଡ଼ିକୁ ୧୮% ସ୍ଲାବକୁ ସ୍ଥାନାନ୍ତରିତ କରାଯାଇଛି ଓ ଅଟୋମୋବାଇଲ ଉପରେ କ୍ଷତିପୂରଣ ସେସ୍ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି । ଏହି କାରଣରୁ ଜିଏସଟି ୨.୦ର ପ୍ରଥମ ଦିନରେ ମାରୁତି କାର କିଣିବା ଲାଗି କମ୍ପାନୀ ସହ ୮୦,୦୦୦ରୁ ଅଧିକ ଲୋକ ଯୋଗାଯୋଗ କରିଛନ୍ତି । ଗୋଟିଏ ଦିନରେ କମ୍ପାନୀର ୩୦,୦୦୦ କାର୍ ବିକ୍ରି ହୋଇଛି ଯାହା କି ଗତ ୩୫ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଛୋଟ କାର୍ ବୁକିଂ ସାଧାରଣ ପାର୍ବଣ ଋତୁ ଦର ତୁଳନାରେ ୫୦% ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ହୁ୍ୟଣ୍ଡାଇର ବିଲିଂ ମଧ୍ୟ ୧୧ ହଜାରକୁ ବୃଦ୍ଧି ପାଇଛି ଯାହାକି ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ । ନବରାତ୍ରିର ପ୍ରଥମ ଦିନରେ ଟାଟା ମୋଟର୍ସ ୧୦,୦୦୦ କାର୍ ବିକ୍ରି କରିଥିବା ବେଳେ ୨୫,୦୦୦ ରୁ ଅଧିକ ଗ୍ରାହକ କାର କିଣିବାକୁ ଯୋଗାଯୋଗ କରିଛନ୍ତି ଯାହାକି ଏକ ରେକର୍ଡ । ଜିଏସଟି ୨.୦ ଅଧୀନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ଆଉ ଏକ ବଡ଼ ସଫଳତାର କାହାଣୀ ପାଲଟିଛି । ବିଭିନ୍ନ ପରିବାର ଅଧିକ ଚାହିଦା ଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସର ସୁଯୋଗ ନେଉଛନ୍ତି । ସ୍ପ୍ଲିଟ୍ ଏସିର ମୂଲ୍ୟ ୩,୦୦୦-୫,୦୦୦ ଟଙ୍କା ହ୍ରାସ ପାଇଥିବାବେଳେ, ଉଚ୍ଚÿମାନର ଟିଭିର ମୂଲ୍ୟ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଜିଏସଟି ୨.୦ ପ୍ରଥମ ଦିନରୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିଛି ଏବଂ ଗ୍ରାହକଙ୍କ ଖୁସି ବଢ଼ାଇଛି ।