ଅର୍ଥକରୀ ଫସଲ ଉତ୍ପାଦନ ଦିଗରେ ନୂତନ ପ୍ରୟାସ : କନ୍ଧମାଳରେ କଳା ହଳଦୀ, ଧାନ ଓ ଗହମ ଚାଷ
ଜୈବିକ ଚାଷ ପାଇଁ କନ୍ଧମାଳ ଜିଲ୍ଲା ପରିଚିତ । ଏଠାକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ଉକôୃଷ୍ଟ ଗୁଣଭରା ଯୋଗୁଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତିକାର ମାନ ଏବଂ ଜଳସେଚନର ସମସ୍ୟା ପରିପ୍ରେକ୍ଷୀରେ ଧାନ ଭଳି ପାରମ୍ପରିକ ଅଣପାରମ୍ପରିକ ଦିଗକୁ କୃଷିର ସନ୍ଧାନ କରାଯାଉଛି । ଜିଲ୍ଲାରେ ଏବେ କଳା ଧାନ, କଳା ହଳଦୀ ଓ କଳା ଗହମ ଭଳି ବିକଳ୍ପ ତଥା ଅର୍ଥକରୀ ଫସଲ ଉତ୍ପାଦନ ଦିଗରେ ନୂତନ ପ୍ରୟାସ ସହ ଚାଷୀଙ୍କୁ ପ୍ରୋସôାହିତ କରିବାରେ ଲାଗିଛି । ନିଜର ଗୁଣବତ୍ତା ପାଇଁ ବିଶ୍ୱସ୍ତରରେ ନାଁ କମାଇବା ସହିତ ଜି.ଆର ଟ୍ୟାଗ ହାସଲ କରିଛି କନ୍ଧମାଳ ହଳଦୀ କିନ୍ତୁ ଏଠାରେ ଏବେ ଏହି ଜିଲାରେ ହଳଦୀର ସ୍ୱତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ କରି ଲାଭବାନ୍ ହେଉଛନ୍ତି ଚାଷୀ । କସମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୦୬ରେ ପ୍ରଥମେ କଳା ହଳଦୀର ବିହନ କେରଳ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗଇ ଦିଆ ଯାଇଥିଲା । ଅନେକ ଔଷଧୀୟ ଗୁଣ ଥିବା ଯୋଗୁ କଳା ହଳଦୀ ବିକ୍ରିରେ କୌଣସି ସମସ୍ୟା ହୁଏ ନାହିଁ । ଏବେ ଏହାର ବଜାର ଦର କିଲୋ ପିଛା ୧୫୦ ରୁ ୨୦୦ ରହିଛି । କିଛି ବର୍ଷ ହେବ ଏହି ଚାଷ ବନ୍ଦ୍ ରହିବା ପରେ ଏବେ ପୁଣି ଜିଲାରେ ନୂତନ ଭାବେ ଆରମ୍ଭ ହୋଇଛି କଳା ହଳଦୀ ଚାଷ । ବାର୍ଷିକ ପ୍ରାୟ ୪୦୦ କ୍ୱିଣ୍ଟାଲ କଳା ହଳଦୀ ଉତ୍ପାଦିତ ହେଉଛି । ଏହି ହଳଦୀର ପରାକାଷ୍ଠା ଓ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଥିବା ଯୋଗୁଁ ଏହାର ବଜାର ଦର ୨୦୦ ରହିଛି । କସମ ପକ୍ଷରୁ ଚାଷୀଙ୍କୁ ବିଜନ ସହିତ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଥିବା କଥା କହିଛନ୍ତି କସମର ସମ୍ପାଦକ ସଞ୍ଜିତ ପଟ୍ଟନାୟକ । ସେହିପରି କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲ୍ଲାର କଳା ଧାନ ଜିଲା ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି । ଉପରୁ ଏହା ସାଧାରଣ ଧାନ ଭଳି ଦେଖା ଯାଉଥିଲେ ବି ଭିତର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା । ଏଥିରେ କ୍ୟାନ୍ସର, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା କୁହାଯାଉଛି । ୨୦୧୮ରେ ମାତ୍ର ୫ କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରାପଡ଼ା, ରାଇକିଆ ବ୍ଲକ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷ ମାତ୍ର ୪୦ ରୁ ୫୦ କିଲୋ ଅମଳ ହୋଇଥିବା ବେଳେ ବର୍ତ୍ତମାନ ଏହା ପ୍ରାୟ ୫୦୦ କୁଇଣ୍ଟାଲରେ ପହଁଞ୍ଚିଛି । ଏହି କଳା ଧାନର ବିଶେଷତ୍ୱ ହେଲା ଏହା ବର୍ଷକୁ ତିନି ଥର ଚାଷ ହୋଇ ପାରୁଛି ଓ କନ୍ଧମାଳ ଜିଲାର ବାଲୁଆ ଜମି ଓ ପାଣିପାଗ କଳାଧନ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଏହି ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିବା କୃଷି ବିଶାରଦ କହନ୍ତି । ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରଯୋଗ ହେଉଛି କଳା ଗହମ । ରାଜ୍ୟରେ ଜନ୍ଧମାଳ ଜିଲାରେ ପ୍ରଥମ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି । ଗତ ଖରିଫ ଋତୁରେ ପଞ୍ଜାବରୁ ଆସିଥିବା ଏହି ବିଜନ ପରୀକ୍ଷାମୂଳକ ଭାବେ ଫିରିଙ୍ଗିଆ ବ୍ଲକର କିଛି ଚାଷାଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା । ସେପ୍ଟେମ୍ବର ମାସରେ ବିହନ ରୋପଣ କରାଯାଇ ଫେବୃଆରୀ ମାସରେ ଅମଳ ହୋଇଥିଲା । କନ୍ଧମାଳର ମାଳଭୂମି, ସ୍ୱଚ୍ଛ ଦୃଷ୍ଟିପାତ ଓ ବାଲୁ ଜମି ଏହି ଚାଷ ପାଇଁ ଅନୁକୂଳ ବୋଲି କହନ୍ତି କୃଷି ବିଶାରଦ । କଳା ଗହମର ଔଷଧୀୟ ଗୁଣ ଯୋଗୁଁ ଏହାର ଚାହିଦା ରହିଛି । ଏଥୁରୁ ପ୍ରସ୍ତୁତ ଅଟା ମଧୁମେହ ରୋଗୀଙ୍କ ପାଇଁ ଅତି ଉପଯୋଗୀ ବୋଲି କୁହାଯାଉଛି । ଏଥିରୁ ପ୍ରସ୍ତୁତ ଛତୁଆ ମଧ୍ୟ ଏବେ ବଜାରରେ ଉପଲବ୍ଧ । ଏବେ କିଲୋପ୍ରତି ପ୍ରାୟ ଏକ ଶହ ଟଙ୍କାରେ ବିକ୍ରି ହେଉଛି କଳା ଗହମ । ଆଗକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଜିଲ୍ଲାର ଚାଷୀମାନେ ନିଶ୍ଚିତ ଉପକୃତ ହେବେ ବୋଲି ଆଶା କରାଯାଉଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
