ସ୍ୱାଧୀନତା ଦିବସରେ ‘ସୁଭଦ୍ରା’ ଏସଓପି
ାାପ୍ରଭାନୁ୍ୟଜାା ଭୁବନେଶ୍ୱର : ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଆସିବ ସୁଭଦ୍ରା ଯୋଜନା ଏସଓପି । ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ । ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ । ତେବେ ଉଚ୍ଚÿ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି । ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି । ତେବେ ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ କହିଛନ୍ତି ଯେ ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢିପାରେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ । ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢିବ ସେ ନେଇ ତାଙ୍କ ସରକାର କାମ କରୁଛି । ମିଶନ ଶକ୍ତି ମାଆମାନଙ୍କୁ ଦୁବାଇ ବୁଲାଇନେଲେ ସେମାନଙ୍କ ବିକାଶ ହୋଇଯିବନି ସେମାନଙ୍କ ଏକ୍ସପୋଜର ଭିଜିଟ୍ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସ୍କୁଟି ନେଇ ମିଶନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି । ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛି । ବିଜେପି ମାଆ ମାନଙ୍କୁ କେବେ ବି ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରେନି । ବିଜେପି ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବ । ମିଶନ ଶକ୍ତି କେବେ ବି ବନ୍ଦ ହେବନି । ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଗତ ଥର ଇକୋ-ରିଟ୍ରିଟରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସ ବ୍ୟଶନ କଥା ସାମନାକୁ ଆସିଛି । ଏଥର ସେ ସବୁ ବନ୍ଦ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।