ଗଣପର୍ବ ଦଣ୍ଡଯାତ୍ରା ଉଦ୍ୟାପିତ

ବୁଗୁଡା : ବୁଗୁଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଆସିଥିବା ଗଣପର୍ବ ଦଣ୍ଡଯାତ୍ରା ପବିତ୍ର ମେରୁ ସଂକ୍ରାନ୍ତିରେ ଉଦଯାପିତ ହୋଇଯାଇଥିଲା ବେଳେ ଉସôାହର ସହ ମେରୁ ପର୍ବ ପାଳିତ ହୋଇଯାଇଛି  । ଚଳିତ ବର୍ଷ ପ୍ରବଳ ଜନ ସମାଗମ ସହ ଆନନ୍ଦ ଓ ଉଲ୍ଲାସରେ ବୁଗୁଡ଼ା ସମେତ ତାଳସାକର, ଡାକରାବାଡି, ଚିରିକିପଡା,ମରାଇପଲ୍ଲୀ, ଗୋଲିଆ, ଭାମଶ୍ୟାଳି, ପଙ୍କଳବାଡି,ଆଶ୍ରମ କରଡ଼ାବାଡ଼ି, ପୋଚାଲୁଣ୍ଡି, ବକ୍ସିପଲ୍ଲୀ , ବଣପଲ୍ଲୀ,ପାଣିକେଶର,ଭାବସର, ଚିଲିଖମା ଓ କାନନକୁଟୀର ଆଦି ଗ୍ରାମରେ ସଂକ୍ରାନ୍ତି ମେରୁ ପର୍ବ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ପର୍ବ ପାଳନ ଅବସରରେ ଦଣ୍ଡକାଳୀ ମନ୍ଦିର ଗୁଡିକ ନିକଟରେ ଯଥା ରୀତିନୀତି ପ୍ରକାରେ ଧୂଳିଦଣ୍ଡ ,ଜଳଦଣ୍ଡ ଓ ଅଗ୍ନିଦଣ୍ଡ ପରେ ଦଣ୍ଡଭୁକ୍ତାମାନେ ଗ୍ରାମ୍ୟ ପରିକ୍ରମା କରିଥିଲେ  । ତା'ପରେ ମେରୁ ମଣ୍ଡପଠାରେ ହୋମକୁଣ୍ଡ ପ୍ରଜ୍ୱଳନ କରାଯାଇ  ପାଟ ଦଣ୍ଡୁଆଙ୍କୁ ଝୁଲାଇ ଝୁଣାମାଡ କରାଯାଇଥିଲା  । ଏହି ଦୃଶ୍ୟ ଦେଖିବା ସହ ଶ୍ରଦ୍ଧାଳୁଗଣ ଭକ୍ତିପୂର୍ଣ୍ଣ ଭାବେ ରୁଦ୍ର ଏବଂ କାଳୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏ ଅବସରରେ ବୁଗୁଡା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛାସେବୀଙ୍କ ଦ୍ୱାରା ପଣା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା  ।