ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ୟାପିତ 

 ଆସିକା:  ଭାରତ  ଏବଂ ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନାରୀ ସଶକ୍ତିକରଣର  ପକ୍ଷରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିିର ଉଦ୍ୟାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଆତ୍ମ ସୁରକ୍ଷା କମିଟିର ସଂଯୋଜିକା ଅଧ୍ୟାପିକା  ମିନତି ବେହେରା, ଡ଼ଃ ନନ୍ଦିତା ଦାସ, ସାହିଲ କୁମାର ଝା, ରଶ୍ମିପ୍ରିୟା କଲୋ, କୁନିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି କୁତ୍ସିତ ମନୁଷ୍ୟ ସମାଜରେ ଦୈନିକ ନାରୀମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ଇଙ୍ଗିତ ତଥା ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ୍ ଫିଙ୍ଗିବା, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଭାରତ ଏବଂ ଓଡ଼ିଶା ସରକାରଙ୍କ ସମ୍ମିଳିତ ଅଭିନବ ପ୍ରୟାସ ବୋଲି ସମସ୍ତ ଅତିଥିମାନେ ମତ ରଖିଥିଲେ । ଅଧିବେଶନରେ ମାଷ୍ଟର ଟ୍ରେନର ଏନ୍. ଲିଜା ପାତ୍ର ଏବଂ ଶିବାନୀ ମହାରଣା ଆତ୍ମସୁରକ୍ଷା ବଳୟର କେତୋଟି ନିତ୍ସକ ଭଙ୍ଗିମା ପ୍ରଦର୍ଶନ କରିଥିଲେ ।