ଆୟକର ଦାତା ନେଉଥିଲେ ରାସନ କାର୍ଡ
ଆୟକରଦାତାଙ୍କ ପାଖରେ ରାସନ କାର୍ଡ । ରାଜ୍ୟରେ ଆୟକର ଦେଉଥିବା ବ୍ୟକ୍ତି ନେଉଥିଲେ ରାସନକାର୍ଡ । ଏନେଇ ବିଭାଗ ପାଖରେ ତଥ୍ୟ ପହଂଚିବା ପରେ ଚାଲିଛି ତନାଘନା । ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ପାଇଥିଲେ ରାସନ କାର୍ଡ । ତେବେ କେତେଜଣ ଏଭଳି ହିତାଧିକାରୀ ରହିଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡ ବାଦ୍ ଦିଆଯିବ । ପ୍ରାୟ ୪ ଲକ୍ଷ୍ୟ ଏଭଳି ହିତାଧିକାରୀ ରାସନ କାର୍ଡ ପାଇଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।