ଆନ୍ଧ୍ର ଶ୍ରୀକାକୁଲମରେ ଦଳାଚକଟା : ୧୦ ମୃତ
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା, ୧୦ ମୃତ । ଏକାଦଶୀ ଉପଲକ୍ଷେ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ ଲକ୍ଷାଧିକ ଭକ୍ତ । କାଶୀବୁଗା ସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଦଳାଚକଟା ହୋଇଛି । ଦଳାଚକଟାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହାତ ହୋଇଥିବା ସୂଚନା ମିଳିଛି । ଆହାତ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରା ଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଛି । ଅନ୍ୟପଟେ ଏଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦୁଃଖ ପ୍ରକାଶ କରିଛନ୍ତି । ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ସେ ମେଡ଼ିକାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।