ଶକ୍ତିଶାଳୀ ହେବ ସେନା
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସାମିଲ ହେବ ୪୭ଟି ଅତ୍ୟାଧୁନିକ ଟ୍ୟାଙ୍କ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଆର୍ମର୍ଡ ଭେଇକିଲ୍ କର୍ପୋରେସନ୍ ଲିମିଟେଡ୍ର ଏକ ୟୁନିଟ୍ ହେଭି ଯାନ କାରଖାନା ସହ ଚୁକ୍ତି ସ୍ୱାକ୍ଷର କରିଛି । ଦିଲ୍ଲୀରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ଏଚଭିଏଫ / ଏଭିଏନଏଲର ବରିଷ୍ଠ ଅଧିକାରୀମାନେ ୧,୫୬୦.୫୨ କୋଟି ଟଙ୍କାର ଏହି ଚୁକ୍ତିସ୍ୱାକ୍ଷର କରିଥିଲେ ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟି-୭୨ ବିଟିଏଲକୁ ସଶସ୍ତ୍ର ବାହିନୀ ଦ୍ୱାରା ପରିଚାଳିତ ଆକ୍ରମଣାତ୍ମକ ଏବଂ ପ୍ରତିରକ୍ଷା ମୂଳକ ଅଭିଯାନ ସମୟରେ ଏହା ନିୟୋଜିତ କରାଯିବ । ପାଖାପାଖି ୪୯ ଟନ୍ ଓଜନର ଏହି ଉପକରଣ ଗୁଡ଼ିକ ୩ଟି ବସିବା କ୍ଷମତା ବିଶିଷ୍ଟ, ଟ୍ୟାଙ୍କ ଏବଂ ସଶସ୍ତ୍ର ସେନା ଯାନର ବ୍ରିଜିଂ ଅପରେସନ, ଯୁଦ୍ଧ କ୍ଷେତ୍ରର ଗତିଶୀଳତା ଏବଂ ଆକ୍ରମଣ କ୍ଷମତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ଏହି ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହ ଭାରତୀୟ ସେନାର ପରିଚାଳନା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଚୁକ୍ତି (ଭାରତୀୟ-ସ୍ୱଦେଶୀ ଡିଜାଇନ୍ ବିକଶିତ ଏବଂ ନିର୍ମିତ) ପ୍ରତିରକ୍ଷା କ୍ଷେତ୍ରରେ ମେକ୍-ଇନ୍-ଇଣ୍ଡିଆ ପଦକ୍ଷେପକୁ ପ୍ରୋସôାହନ ଦେବ । ଏହି ପ୍ରକଳ୍ପ ସାମଗ୍ରିକ ଅର୍ଥନୀତିକୁ ପ୍ରୋସôାହିତ କରିବା ଏବଂ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିବୃତ୍ତିରେ କୁହାଯାଇଛି ।