"ଆମ୍ବେଦକରଙ୍କ ତ୍ୟାଗ, ସଂଗ୍ରାମ ଚିରଦିନ ସ୍ମରଣୀୟ'

 ବାଲେଶ୍ୱର:  ଭାରତୀୟ ସମ୍ବିଧାନର ଜନକ ଭାରତରନô ବାବାସାହେବ ଡ ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନୂତନ ଅଡିଟୋରିୟମ ହଲ ଠାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପୁଲିସ ଲାଇନ୍ ସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସଦର ବିଧାୟକ ମାନସ କୁମାର ଦତ୍ତ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନୂତନ ଅଡିଟୋରିୟମ ହଲ୍ ଠାରେ "ଓଡ଼ିଆପକ୍ଷ’ ପାଳନର ଉଦ୍ୟାପନୀ ସମାରୋହ ତଥା ଓଡ଼ିଆ ନବବର୍ଷ ଏବଂ ଭାରତରନô ବାବାସାହେବ ଡ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳନ ନିମନ୍ତେ ଏକ ସାଧାରଣସଭା ଆୟୋଜିତ ହୋଇଥିଲା । ଏଥିରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ  ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ପୌରଧ୍ୟକ୍ଷା ପୌରପାଳିକା ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ,  ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ଡ଼ ମଧୁସ୍ମିତା ସାମନ୍ତରାୟ ଓ ଉପଜିଲ୍ଲାପାଳ ନୀଳଗିରି ଶୁଭଶ୍ରୀ ରଥ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ବାବା ସାହେବ ଡ ଆମ୍ବେଦକରଙ୍କ ଆଦର୍ଶ, ତ୍ୟାଗ, ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ବିଧାୟକ ଶ୍ରୀ ଦତ୍ତ ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ୍ ହୋଇ ରହିବ ବୋଲି କହିଥିଲେ । ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆମ୍ବେଦକର ଜୟନ୍ତୀ ଓ ଓଡିଶା ପକ୍ଷ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପରୁସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ମଂଚ ପରିଚାଳନା କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଛକ ଠାରେ ସମ୍ବିଧାନ ପ୍ରଣେତା ଆଇନଜୀବୀ ଆଇନମନ୍ତ୍ରୀ ଡଃ. ବିଆର ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ତାଙ୍କର ପ୍ରତିମୂର୍ତ୍ତି ଥିବା ଏକ ବିରାଟ ପୁଷ୍ପହାର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏକ ବିରାଟ ପଟୁଆରରେ ଆସି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ତାଙ୍କ ଜୀବନୀ କାହାଣୀ ଉପରେ ଆଲୋକପାତ କରିଥିଲେ । ସମାଜରେ ଅନଗ୍ରସର ଥିବା ପଛୁଆବର୍ଗର ଲୋକମାନଙ୍କୁ କିପରି ଭାବରେ ଆଗକୁ ନିଆଯାଇ ପାରିବ ସେଥିପ୍ରତି ସେ ଆଇନ ପ୍ରଣୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜ୍ୟୋତିପ୍ରକାଶ ସ୍ୱାଇଁ, ଗିରୀଶ ରଂଜନ ମହାପାତ୍ର, ଭୂପତିଭୂଷଣ ଷଣ୍ଢ, କ୍ଷୀରୋଦ କୁମାର ପଣ୍ଡା, ଅନୀଲ କୁମାର ଭୂୟାଁ, ହିଂମାଶୁ ନାରାୟଣ ମଲ୍ଲ, ମନୋରଂଜନ ସ୍ୱାଇଁ, ଜ୍ୟୋତି ରଂଜନ ସ୍ୱାଇଁ, ପ୍ରବୋଧ ଚାନ୍ଦ, ପ୍ରଦୋଷ କୁମାର ସାହୁ, ପ୍ରଦୀପ୍ତ ପରିଡା, ବିନୋଦ କୁମାର ସାମଲ, ରାଜିବ ଲୋଚନ ବେହେରା, ନିତ୍ୟାନନ୍ଦ ସେଠୀ, ବାପୁ ଭୂୟାଁ, ଶାରଦା ପ୍ରସାଦ ମହାନ୍ତି, ସୁଦାମ ଚରଣ ସାହୁ, ସୁବାଷ ଚନ୍ଦ୍ର ଭୂୟାଁ, ମନୋରଂଜନ ଭୂୟାଁ, ଜୟଦେବ ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ଢେଙ୍କାନାଳ : ଜିଲ୍ଲା ସ୍ତରୀୟ ଭାରତରନô ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହେଇଯାଇଛି ।  ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ଦେଶ ପାଇଁ ଡଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଉଦ୍ବୋଧନରେ ଶ୍ରୀ ଉପାଧ୍ୟାୟ କହିଥିଲେ ଯେ, ତାଙ୍କର ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ୍ ହୋଇ ରହିବ । ଡଃ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତ୍ତରପୀଢିଙ୍କୁ ପ୍ରେରଣା ଯୋଗାଇବ ।
 ତାଳଚେର:  ତାଳଚେର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସମ୍ବିଧାନ ପ୍ରଣେତା ଭାରତରନô ବି.ଆର ଆମ୍ବେଦକରଙ୍କର ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସହରର ଦେଉଳବେଡା କଲୋନୀରେ ଥିବା ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ରାଷ୍ଟ୍ରୀୟ ବିଚାର ଧାରାରେ କାର୍ଯ୍ୟରତ ବିଭିନ୍ନ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସମ୍ବିଧାନ ପ୍ରଣେତାଙ୍କର ଜନ୍ମ ଜୟନ୍ତୀ ପାଳନ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ସଂଘର ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଅଶୋକ ଲାଲ ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବ୍ରାହ୍ମଣୀ ମଣ୍ଡକ ସଭାପତି ଅଜୟ ସାହୁ, ବିଏମଏସ ଶ୍ରମିକ ନେତା ଭରତ ଭୁତିଆ, ପ୍ରାକ୍ତନ କାଉନସିଲର ବାଲ୍ମୀକି ପ୍ରସାଦ କେଶରୀ, ଅକ୍ଷୟ ବିଶ୍ୱାଳ, ଭଜମନ ସାହୁ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ବିନ୍ଦା ସିଂହ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।  ସେହିପରି ତାଳଚେର ଏଫସିଆଇ ଠାରେ ବିଜେପି ସାର ଶକ୍ତି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଦୀପକ ଦାସଙ୍କ ସଂଯୋଜନାରେ ଭାରତ ରନô ଆମ୍ବେଦକରଙ୍କର ଜନ୍ମଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଏସଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁ, ସରପଞ୍ଚ ସହଦେବ ସାହୁ, ପ୍ରାକ୍ତନ ମଣ୍ଡଳ ସଭାପତି ହର ମୋହନ ମିଶ୍ର, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଜସ୍ମିନ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ ସନତ କୁମାର ସାହୁ, ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
 କଟକ: ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରନô ବାବାସାହେବ ଡକ୍ଟର ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ନ୍ୟାୟଳୟ ସନ୍ନିକଟ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବାଙ୍କୀ ବିଧାୟକ ଦେବୀ ରଂଜନ ତି୍ରପାଠୀ, ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ପ୍ରମୁଖ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଜଣେ ଆଇନବିତ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ତଥା ଭାରତୀୟ ସମ୍ବିଧାନର ସ୍ତମ୍ଭପତି ଭାବରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରୀ ଦାସ, ବରିଷ୍ଠ ଆଇନଜୀବି ପ୍ରଶାନ୍ତ ନାୟକ, ଆରତୀ ସାହୁ, ଡ ରବି ରଂଜନ ସାହୁ, ଗୋପାଳ ଚନ୍ଦ୍ର ମିଶ୍ର, ସମରେନ୍ଦ୍ର ଘୋଷ, ସୁରେନ୍ଦ୍ର ନାଥ ଛୋଟରାୟ, ନଳିନୀ ପ୍ରଭା ନାୟକ, ଦ୍ୱିପାୟନ ପଟ୍ଟନାୟକ ଓ ରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପାରାଦୀପ: ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି  । ଭାରତୀୟ ସମ୍ବିଧାନର ଜନକ  ଡ. ଆମ୍ବେଦକରଙ୍କ ଗଣତନ୍ତ୍ରର ମୂଳଦୁଆ ସ୍ଥାପନ ସ୍ମୃତିକୁ  ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ  ପୂର୍ବାହ୍ନରେ  ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହରନାଦଙ୍କ ସମେତ ବନ୍ଦରର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିଭଳି  ସନ୍ଧ୍ୟାରେ ଜୟଦେବ ସଦନ ପ୍ରେକ୍ଷାଳୟରେ ପାରାଦୀପ ବନ୍ଦର ଉପ ସଂରକ୍ଷକ କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବର ମୁଖ୍ୟଅତିଥି ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ  ସମ୍ବିଧାନ ପ୍ରଣେତା ଡ. ଆମ୍ବେଦରଙ୍କ ନୀତି, ଆଦର୍ଶ ଓ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ  । ଉତ୍ସବର ସ୍ୱତନ୍ତ୍ରଅତିଥି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହରନାଦ, ମୁଖ୍ୟବକ୍ତା  ବିଜେବି କଲେଜର ଅବସରପ୍ରାପ୍ତ ଦର୍ଶନ ପ୍ରଫେସର ଧନେଶ୍ୱର ସାହୁ  ଓ  ସମ୍ମାନ୍ନିତ ବକ୍ତା ଜାତୀୟ ମାନବାଧିକାର କମିଟିର ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ମଲ୍ଲିକ, ବନ୍ଦରର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ପ୍ରମୁଖ  ସାମ୍ପ୍ରତିକ ପରିସ୍ଥିତିରେ ଡ. ଆମ୍ବେଦକରଙ୍କ ଚିନ୍ତାଧାରାର ପ୍ରାସଙ୍ଗିକତା  ଉପରେ ଆଲୋକପାତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବନ୍ଦର ପ୍ରାଧିକରଣ ଉପସଚିବ ପରାଉ ଟୁଡୁ  ।
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଭୀମ୍ ଆର୍ମି ଶାଖା ପକ୍ଷରୁ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଭୀମ୍ରାଓ ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା ସଭାପତି ନଗେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଆଇନ କଲେଜରୁ ବାହାରି ସହର ପରିକ୍ରମା କରି ହାଇସ୍ୁଲ ଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲିକ ବାବା ସାହେବଙ୍କର ଆଦର୍ଶ ଜୀବନୀ ଓ ସମ୍ବିଧାନ ପ୍ରଣେତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜେନ୍ଦ୍ର ମଲିକ, ବିଶ୍ୱାଜିତ୍ ମଲିକ, ବିଶ୍ୱଜିତ ମଲିକ, ରଂଜିତ ମଲିକ, ସଂଜୟ ଜେନା, ଆମ୍ବେଦକର ବିଚାର ମଂଚ ର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ମଲିକ, ବାରେଣୀ ସେଠୀ, ଦିଲିପ ମଲିକ, ଦାସରଥୀ ମଲିକ, କୃଷ୍ଣଚନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରେ ଭାରତୀୟ ସମତା ସୈନିକ ଦଳ ପକ୍ଷରୁ ଆଜି ଟାଉନ ହଲ ପରିସରରେ ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ବାର୍ଷିକ ଉପଲକ୍ଷେ ସୁଧୀର ମଳିକ ସଭାପତିତ୍ୱରେ  ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି । ଏହି ଜନ୍ମ ବାର୍ଷିକ ସଭାରେ ମୁଖ୍ୟଅତିଥି ବିଧାୟକ ଗଣେଶ୍ୱର ବେହେରା, ସମ୍ମାନିତ ତିଥି ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଳିତା ଦାସ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ,ରାଜେଶ ଦାସ, ଆଇନଜୀବୀ ଡ଼କ୍ଟର ଅପୂର୍ବ ରଞ୍ଜନ ସେଠୀ, ମୁମ୍ବାଇ ଭାରତୀୟ ସମତା ସୈନିକ ଦଳ କମାଣ୍ଡର ଧନେଶ୍ୱର ମଳିକ ମଞ୍ଚାସିନ ହୋଇଥିଲେ ।ଏହା ପରେ ଅତିଥି ବୃନ୍ଦ ମହା ମାନବ ବୋଧିସତ୍ୱ ବାବା ସାହେବ୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ  । ଏହା ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯିବା ପରେ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବାବା ସାହେବ ଆମ୍ବେଦକର ସମାଜରୁ ଅସ୍ପୃଶ୍ୟତା ଦୂର କରିବା, ଦଳିତମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ଏହି ବଞ୍ଚିତ ଗୋଷ୍ଠୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସେ ଚେଷ୍ଟିତ ଥିଲେ ଓ ଫଳରେ ସମସ୍ତଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ନ୍ୟାୟ ଦେବା, ଆଇନ ଦୃଷ୍ଟିରେ ସମସ୍ତଙ୍କୁ ସମାନ ବିଚାର ଦେବା, ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ଦେବା ସମ୍ପର୍କରେ ଗୁରୁତ୍ୱ ଦେଇ ସମ୍ବିଧାନ ପ୍ରଣୟନ କରିଥିଲେ ଓ ଶେଷରେ ଆଇନଜୀବୀ ଡ. ଅପୂର୍ବ ରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜକନିକା: ରାଜକନିକା ବ୍ଲକ୍ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ବାବା ସାହେବଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଓଳାଭର ଠାରୁ ଭାରିଗଦା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରା ଭାରିଗଦାରୁ ଆସି ରାଜକନିକା ରାଜବାଟି ମେଳଣ ପଡିଆରେ ଏକ ସଭାର ଆୟୋଜନ କରାଯାଇ ବାବା ସାହେବଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବାବା ସାହେବଙ୍କ ଜୀବନ ଉପରେ ଅଭିଭାଷଣ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର ମଞ୍ଚର ସଦଶ୍ୟ ଯୋଗଦେଇଥିଲେ ।