ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ଏବେ ବି ବସ୍ର ଚକତଳେ ଚାପି ହୋଇରହଛି ବାଇକ୍ । ଗଜପତି ଜିଲ୍ଲା ମୋହନା ଥାନା ଛତାଭରି ଗାଁରେ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ବ୍ୟକ୍ତି ଭଉଣୀକୁ ବେଲଗଡ ଗାଁରେ ଛାଡି ନିଜ ଗାଁ ମେଣ୍ଟିଆମ୍ବକୁ ଫେରୁଥିବାବେଳେ ଛତାଭରି ନିକଟରେ ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଆସୁଥିବା ବିକ୍ରାନ୍ତ ନାମକ ଘରୋଇ ବସ ବାଇକ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ବସ୍ ଡ୍ରାଇଭର ଓ ହେଲଫର୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ମୃତକ ଜଣକ ସିଆଲିଲଟି ପଞ୍ଚାୟତ ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରୁଛି । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି ।