ଆରବସାଗରରେ ବାତ୍ୟା ‘ଶକ୍ତି’

ଆରବସାଗରରେ ବାତ୍ୟା ‘ଶକ୍ତି’

ଭୁବନେଶ୍ୱର : ଉତ୍ତର-ପୂର୍ବ ଆରବସାଗରରେ ବାତ୍ୟା ‘ଶକ୍ତି’ ସୃଷ୍ଟିହୋଇଛି । ଯାହାକି ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିମି ବେଗରେ ଗତି କରୁଛି । ଦ୍ୱାରକା ଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ୨୬୦ କିମି ଦୂରରେ,  ନାଲିୟାର ଦକ୍ଷିଣ ପଶ୍ଚିମ ଦିଗରେ ୨୮୦ କିମି ଦୂର, ପୋରବନ୍ଦରର ପଶ୍ଚିମରେ ୩୨୦ କିମି ଦୂରରେ ବାତ୍ୟା ‘ଶକ୍ତି’ ରହିଛି  । ଏହା ପ୍ରଥମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ, ପରେ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ଅକ୍ଟୋବର ୫ରେ ଉତ୍ତର ଆରବ ସାଗରର କେନ୍ଦ୍ରୀୟ ଭାଗରେ ଓ କେନ୍ଦ୍ରୀୟ ଆରବସାଗର ଓ ତତସଂଲଗ୍ନ ଅଞ୍ଚଳ ଦେଇ ଅତିକ୍ରମ କରିବ । ଅକ୍ଟୋବର ୪ରୁ ଏହା ଭୟଙ୍କର ବାତ୍ୟାରେ ପରିଣତ ହୋଇ ଅକ୍ଟୋବର ୫ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରକୋପ ଦେଖାଇବ । ତେବେ ଅକ୍ଟୋବର ୬ ବେଳକୁ ଏହା କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ଆରବସାଗରରେ ୮୫ କିମି ବେଗରେ ପବନ ସହିବ । ଆସନ୍ତାକାଲି ପବନର ବେଗ ୧୦୦ରୁ ୧୨୫ କିିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।