ଗପରେ ଗପରେ ଶ୍ରୀମୟୀଙ୍କ ତେରଛା ବାଣ

ଗପରେ ଗପରେ ଶ୍ରୀମୟୀଙ୍କ ତେରଛା ବାଣ

ଭୁବନେଶ୍ୱର : ପୁଣି ଥରେ ଗପରେ ଗପରେ ଶ୍ରୀମୟୀଙ୍କ ତେରଛା ବାଣ । ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର । ଫେସ୍‌ବୁକ୍‌ରେ ଅନାମ ବାବୁଙ୍କ କାହାଣୀ ଆଳରେ ନବୀନ ଏବଂ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ। ବିବାହ ପରେ ଜ୍ବାଇଁ ଶ୍ବଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟ ନିୟନ୍ତ୍ରଣକୁ ନେଇଥିଲା । ଏହା ସମାଜରେ ଶ୍ବଶୁରଙ୍କ ଇଜ୍ଜତ ଓ ମାନସମ୍ମାନକୁ ଧୂଳିସାତ କରିଥିଲା ବୋଲି କହିଛନ୍ତି ଶ୍ରୀମୟୀ। ପୂର୍ବଥର ନବୀନଙ୍କୁ ଧୃତରାଷ୍ଟ୍ର କହି ଟାର୍ଗେଟ୍‌ କରିଥିବାବେଳେ ଶ୍ରୀମୟୀ ଏଥର ଘରଜ୍ବାଇଁ କାହାଣୀରେ ସୁଜାତାଙ୍କୁ ବିବାଦକୁ ଟାଣିଛନ୍ତି ।