ଅକ୍ଟୋବର ୪ ଓ ୫ରେ ପୁଲିସ ଏସ୍ଆଇ ପରୀକ୍ଷା
କଟକ: ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ । ଓଏମଆର ସିଟ ଜରିଆରେ ଏହି ଲିଖିତ ପରୀକ୍ଷା ହେବ । ଏସଆଇ ର୍ୟାଙ୍କର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରାର୍ଥୀମାନେ ସେପ୍ଟେମ୍ବର ୨୦ରୁ ଆଡ଼ମିଟ କାର୍ଡ଼ ଡାଉନଲୋଡ଼ କରିପାରିବେ । ଓଡ଼ିଶାପୋଲିସ.ଗଭ.ଇନରୁ ପରୀକ୍ଷାର୍ଥୀମାନେ ଆଡ଼ମିଟ କାର୍ଡ଼ ଡାଉନଲୋଡ଼ କରିପାରିବେ ବୋଲି ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।