ଇମ୍ପାଲରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଇମ୍ପାଲ:  ଦୁଇ ବର୍ଷର ଜାତିଗତ ହିଂସା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତରେ ଆସିଛନ୍ତି ।  ଇମ୍ଫାଲ ଉପତ୍ୟକାରେ ବାସ କରୁଥିବା ମୈଇତି ଓ  ପାହାଡ଼ି ଜିଲ୍ଲାଗୁଡ଼ିକରେ ବାସ କରୁଥିବା କୁକି-ଜୋ ସମ୍ପ୍ରଦାୟକୁ ଆହ୍ୱାନ କରି ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଛନ୍ତି ଯେ ଏକାଠି ଆଗକୁ ବଢ଼ିବା ପାଇଁ ଅନ୍ତର୍ଭୁକ୍ତ ବିକାଶ ଓ ପାରସ୍ପରିକ ସମ୍ମାନ ଜରୁରୀ ।
ମଣିପୁରରେ ଯେକୌଣସି ପ୍ରକାରର ହିଂସା ଦୁର୍ଭାଗ୍ୟଜନକ । ଏହି ହିଂସା ଆମ ପୂର୍ବପୁରୁଷ ଓ ଆମର ଭବିଷ୍ୟତ ପିଢ଼ି ପ୍ରତି ଏକ ବଡ଼ ଅନ୍ୟାୟ । ତେଣୁ ଆମକୁ ମଣିପୁରକୁ ଶାନ୍ତି ଓ ବିକାଶ ପଥରେ ଆଗକୁ ନେବାକୁ ପଡିବ । ଆମକୁ ଏହା ଏକାଠି କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଇମ୍ଫାଲରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ । ଦୁଇ ବର୍ଷ ପୂର୍ବେ ଜାତିଗତ ହିଂସା ଘଟି ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ହଜାର ହଜାର ଲୋକେ ବିସ୍ଥାପିତ ହୋଇଥିଲେ । କୁକି-ଜୋ ସମ୍ପ୍ରଦାୟ ମଣିପୁର ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ବିରୋଧ କରିବା ପରେ ୨୦୨୩ ମେ ରେ  ହିଂସା ଆରମ୍ଭ ହୋଇଥିଲା, ଯେଉଁଥିରେ ତତକାଳୀନ ବୀରେନ ସିଂହ ସରକାରଙ୍କୁ ମୈଇତି ମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । 
କୁକି-ଜୋ-ପ୍ରଧାନ ଚୁରାଚାନ୍ଦପୁର ଓ ତା'ପରେ ମୈତେଇ-ପ୍ରଧାନ ଇମ୍ଫାଲ ଉପତ୍ୟକା ଗସ୍ତ ସମୟରେ ମୋଦି ହିଂସା ପ୍ରଭାବିତ ଅଞ୍ଚଳ ପାଇଁ ଶାନ୍ତି ଓ ବିକାଶକୁ ମୁଖ୍ୟ ବାର୍ତ୍ତା ଭାବରେ ଗୁରୁତ୍ୱ ଦେଇଥିଲେ ।
ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଆରମ୍ଭ କରି କହିଛନ୍ତି ଯେ ଏହି ଶତାବ୍ଦୀ ଉତ୍ତର-ପୂର୍ବ ଓ ପୂର୍ବର ଅଟେ । ଏହି ଅଞ୍ଚଳର ଅଭିବୃଦ୍ଧି ଉପରେ ତାଙ୍କ ସରକାରଙ୍କ ଧ୍ୟାନକୁ ଉଜ୍ଜ୍ୱଳ କରେ । ଆଜି ମଣିପୁରର ପ୍ରଗତି ପାଇଁ ହଜାର ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ଉଦ୍ଘାଟନ ଏବଂ ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ, ଭିତ୍ତିଭୂମିକୁ ମଜଭୁତ କରିବ ଏବଂ ମଣିପୁରର ଯୁବକମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ମୋଦି ଚୁରାଚାନ୍ଦପୁରର ବିକାଶ ପାଇଁ କେବଳ ୭୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।