ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ : ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଇଜଲ: ୧୭୨ ବର୍ଷ ପରେ ମିଜୋରାମରେ ଆଜି ଗଡିଛି ପ୍ରଥମ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ରେଳ ସଂଯୋଗୀକରଣର ଉଦଘାଟନ କରିଛନ୍ତି । ନୂଆ ରାଜଧାନୀ ଏକ୍ସପ୍ରେସ ଆଇଜଲକୁ ନୂଆଦିଲ୍ଲୀ ସହିତ ଯୋଡିଛି । ଯାହାଦ୍ୱାରା ମିଜୋରାମ ଓଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକ ସେମାନଙ୍କର ସ୍ୱଦେଶୀ ଫଳ ଓ ମସଲାର ବିପଣନ ପାଇଁ ଏକ ପ୍ରମୁଖ ପ୍ରୋସôାହନ ପାଇବାକୁ ଯାଉଛିି ।
ଟ୍ରେନରେ ଦ୍ରୁତ ପରିବହନ ଯୋଗୁଁ ହଳଦୀ, କଳା ଗୋଲମରିଚ ଓ ଅଦା ପରି ମସଲା ସହିତ ପ୍ୟାସନ ଫଳ (ସ୍ଥାନୀୟ ଭାବରେ ସପ୍ଥେଇ ଭାବରେ ଜଣାଶୁଣା), ଅନାବନା ଫୁଲ, ମାଣ୍ଡାରିନ୍ କମଳା ଓ ଅମୃତଭଣ୍ଡା ଏବେ ଦେଶ ଓ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହୋଇପାରିବ । ଏହାସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହୁରି ଦୁଇଟି ନୂତନ ଏକ୍ସପ୍ରେସ୍ ଟ୍ରେନ - ସାଇରଙ୍ଗ-ଗୌହାଟି ଏକ୍ସପ୍ରେସ ଏବଂ ସାଇରଙ୍ଗ-କୋଲକାତା ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଅନୁଯାୟୀ, ମିଜୋରାମ ମଧ୍ୟ ଦେଶୀ ଓ କେତେକ ସମୟରେ ଜଙ୍ଗଲୀ ଫଳ ଯେପରିକି ହାଟକୋରା, ଏକ ଅର୍ଦ୍ଧ-ଜଙ୍ଗଲୀ ସାଇଟ୍ରସ୍, ଏବଂ ଭୁଆକଡୁପ୍, ଟୁଆଜଟିଟ୍ ଏବଂ ତାୱିତାଓ ଭଳି ଅନ୍ୟାନ୍ୟ ପ୍ରକାର ଚାଷ କରେ । ଯାହା ସେମାନଙ୍କର ଅନନ୍ୟ ପ୍ରସ୍ତୁତି ଓ ସ୍ୱାଦ ପାଇଁ ଜଣାଶୁଣା । ମିଜୋରାମର ସପଥେଇ ଫଳ, ଯାହା ଭିଟାମିନରେ ଅତ୍ୟଧିକ ଭରପୁର ହାଟକୋରା ପରେ ସାରା ଦେଶରେ ଅଧିକ ଚାହିଦାରେ ଅଛି ।
ଏହି ସବୁ କଥାକୁ ବିଚାରକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ମିଜୋରାମର ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ରେଳ ସଂଯୋଗ ଏହି ଅଞ୍ଚଳକୁ ଲାଭଦାୟକ ହେବ ଓ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ଆମେ ଗୋଟିଏ ସପ୍ତାହ ମଧ୍ୟରେ ମାଲ ପରିବହନ ମଧ୍ୟ ଆରମ୍ଭ କରୁଛୁ ଯାହା ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷର ଦ୍ରୁତ ପରିବହନରେ ସାହାଯ୍ୟ କରିବ । ଏହି ସେବାର ଫଳସ୍ୱରୂପ ସିମେଣ୍ଟର ମୂଲ୍ୟ ହ୍ରାସ ପାଇବ, ଇସ୍ପାତର ମୂଲ୍ୟ ହ୍ରାସ ପାଇବ କାରଣ ଟ୍ରେନ ଏଗୁଡ଼ିକୁ ଅନେକ ଦିନ ନେବା ବଦଳରେ ଘଣ୍ଟା ଘଣ୍ଟାରେ ପରିବହନ କରିବ । ସେ ମିଜୋବାସୀଙ୍କୁ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରେଳବାଇ ଏକ ରେଫ୍ରିଜେରେଟେଡ୍ କୋଚ୍ ପ୍ରଚଳନ କରିବ । ମିଜୋରାମର ସୁନ୍ଦର ହଳଦୀ, ଅଦା ଏବଂ ଅନନ୍ୟ ଫଳ ଏବେ ନୂତନ ବଜାର ପାଇବ ବୋଲି ସେ ଦୃଢ଼ୋକ୍ତି ଦେଇଛନ୍ତି । ମୋଦି ଶନିବାର ବୈରାବି-ସାଇରାଙ୍ଗ ରେଳ ଲାଇନ ମାଧ୍ୟମରେ ମିଜୋରାମର ରାଜଧାନୀକୁ ରେଳ ସହିତ ସଂଯୋଗ କରିଛନ୍ତି । ସ୍ଥଳଭିତ୍ତିକ କାରଣରୁ ଏହି ପ୍ରକଳ୍ପ ରେଳବାଇ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ରେଳବାଇ ଟ୍ରେନ ସେବାକୁ ସୁଗମ କରିବା ପାଇଁ ୪୫ ଟି ସୁଡ଼ଙ୍ଗ ଓ ୫୫ ଟି ପ୍ରମୁଖ ସେତୁ ସଂଯୋଗ କରି ଏହାକୁ ସମ୍ଭବ କରିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮୦୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାସହ ଆଜି ମିଜୋରାମର ବିକାଶ ପାଇଁ ୯ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।