ବଢ଼ିଲା ତଟବର୍ତ୍ତୀ ସୁରକ୍ଷା


 ଭୁବନେଶ୍ୱର:  ଡିଜି କ୍ୟାମ୍ପ ଅଫିସରେ କୋଷ୍ଟାଲ ସିକୁ୍ୟରିଟିକୁ ନେଇ ଡିଜି ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ସିକୁ୍ୟରିଟି ଏଡିଜି ଅରୁଣ ବୋଥ୍ରା, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଟୁଇନ୍ ସିଟି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ ଉପସ୍ଥିତ ଥିଲେ  ।
ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଥିଲା  । ଏଥିସହ ବର୍ତ୍ତମାନ ସମୟରେ ଓଡିଶାର ୬ ଉପକୂଳ ଜିଲ୍ଲାରେ ଥିବା ୧୮ ମେରାଇନ ଥାନାରେ ୯୦ ଅବସରପ୍ରାପ୍ତ ନୌସେନା କର୍ମଚାରୀ କାମ କରୁଥିବା ବେଳେ ତାହାକୁ ଯୁଦ୍ଧକୁ ଆଖି ଆଗରେ ରଖି ଏହା ୧୪୨କୁ ବୃଦ୍ଧି କରାଯାଇଛି  । ବୈଠକରେ ଉପକୂଳ ଓଡିଶାର ସୁରକ୍ଷାକୁ କଡାକଡି କରାଯିବା ନିମନ୍ତେ ଡ୍ରୋନ ମାଧ୍ୟମରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି  । ବୈଠକରେ ସୁରକ୍ଷା ସଂକ୍ରାନ୍ତୀୟ ଅନ୍ୟାନ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିବା ଜଣାପଡିଛି  । ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମକୁ ଏନେଇ ସବିଶେଷ ସୂଚନା ପ୍ରଦାନ କରାଯାଇନାହିଁ  ।