ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ଉଜ୍ଜଳ
ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ହେଉଥିବା ଉକôର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା କନ୍କ୍ଲେଭରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗ ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏକ ଅଧିବେଶନର ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଯାଜପୁର କୋରେଇ ବିଧାୟକ ଆକାଶ ଦାସ ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ନିଦେ୍ର୍ଦଶକ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନର ମ୍ୟାନେଜିଙ୍ଗ ଡାଇରେକ୍ଟର ସମର୍ଥ ବର୍ମା ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ କି, ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିିତ୍ର "ସୀତା ବିବାହ" ଓଡ଼ିଆ ଚଳଚ୍ଚିତ୍ର ଜଗତର ମୂଳଦୁଆ ସ୍ଥାପନ କରିଥିଲା । ୧୯୭୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ମାନ୍ୟତା ମିଳିଲା । ବିଗତ କିଛି ବର୍ଷରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଜାତୀୟସ୍ତରରେ ମଧ୍ୟ ଖ୍ୟାତି ଓ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଆଗାମୀ ଭବିଷ୍ୟତ ହେଉଛି ସ୍ୱର୍ଣ୍ଣିମ ଓ ଉଜ୍ଜଳ । ଏହି ଅବସରରେ ଚଳଚ୍ଚିତ୍ର ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଅମିତାଭ ଗୁହା ଠାକୁରତା, ପ୍ରମୋଦ ଅରୋରା, ଶିବାଶିଷ ସରକାର, ରାଜେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।