କଂଗ୍ରେସ ନେତାଙ୍କ କୁଶପୁତ୍ତଳିକା ଦାହ
ନୀଳଗିରି : ରାଜ୍ୟ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଜୈନିକ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ କୁକର୍ମ ଅଭିଯୋଗ ପରେ ଗିରଫ ହୋଇଛନ୍ତି । ଏହି ପ୍ରତିବାଦରେ ଭାରତୀୟ ଜନତା ଯୁବମୋର୍ଚ୍ଚା ନୀଳଗିରି ପକ୍ଷରୁ କଂଗ୍ରେସର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ କୁଶପୁତ୍ତଳିକାକୁ ଦୁର୍ଗା ମଣ୍ଡପଠାରେ ଦାହ କରାଯାଇଛି । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏବେ ଜଣେ ଯୁବତୀଙ୍କୁ କୁକର୍ମ କରି ଜେଲରେ ଅଛନ୍ତି । କଂଗ୍ରେସ ମହିଳା ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ନିରବ ଦ୍ରଷ୍ଟା ସାଜିଛନ୍ତି କାହିଁକି? ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ଏହା ପାଇଁ ଦାୟୀ ରହିବେ କି ପ୍ରଶ୍ନ କରାଯାଇଛି । ଏହି ଘଟଣା ପରେ କଂଗ୍ରେସର ମହିଳା ସୁରକ୍ଷା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ । ଏହାର ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ ସେମାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ଏବଂ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟ, ନୀଳଗିରି ନଗର ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ସମର ଶଙ୍କର କାନୁନଗୋ, ଶୁଭ୍ରାଂଶୁ ନନ୍ଦ, ଗୋପୀବଲ୍ଲଭ ରାଉତ, ଆନନ୍ଦ ମିଶ୍ର, ଚନ୍ଦ୍ରଶେଖର ମହାଳିକ, ପରେଶ ପରିଡା, ଜୟନ୍ତ ପାତ୍ର, ଅଜିତ, ମିଟୁ, ଦିବ୍ୟଯୋତି, ଶ୍ରୀଜିତ, ଆଲୋକ ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସହରର ଗାନ୍ଧି ମାର୍ଗ ସ୍ଥିତ ଭାରତମାତା ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପିସିସି ସଭାପତି ଭକ୍ତଦାସଙ୍କ ଇସ୍ତଫା ଦାବି କରି ଭକ୍ତଦାସ ଓ କଂଗ୍ରେସ୍ର ରାଷ୍ଟ୍ରୀୟ ନେତା ରାହୁଲଗାନ୍ଧିଙ୍କ କୁଶପୁତଳିକା ଦାହ କରାଯାଇଛି । ଫକୀରମୋହନ କଲେଜର ଛାତ୍ରୀ ଆତ୍ମହୂତି ଘଟଣାକୁ ନେଇ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ତୁମ୍ଭି ତୋଫାନ୍ କରି ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ । ତାଙ୍କ ସହିତ ତାଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଛାତ୍ର କଂଗ୍ରେସ୍ର ସଭାପତି ଉଦିତ୍ ପ୍ରଧାନ ରାଜରାସ୍ତାକୁ ଓହ୍ଲାଇଥିଲେ, ଯିଏ କି ଜୈନେକ ଯୁବତୀଙ୍କୁ ହୋଟେଲ୍କୁ ନେଇ ନିଶା ଦେଇ କୁକର୍ମ କରି ଏବେ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଯାହାକି କଂଗ୍ରେସର ଅସଲ ରୂପ ପଦାରେ ପଡିଛି ବୋଲି ବିଜେପି ପକ୍ଷରୁ କୁହାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚାର ସୂର୍ଯ୍ୟପ୍ରତାପ ରାଉତ, ଡମ୍ବରୁ ପାତ୍ର, ବିଭୁତି ଷେଣ୍ଢ, ସିଦ୍ଧାନ୍ତ ଶେଖର ସାମଲ, ସୁଚିତ୍ର ବେହେରା, ସୁଜିତ୍ ବାରିକ୍, ଲିପୁନ୍ ରାଉତ, ଶେଷଦେବ ନାଥ, ମହାଦେବ ପାତ୍ର, ପ୍ରତାପ ନାଥ, ଚିତରଞ୍ଜନ ରାଉତ, ଚିନ୍ମୟ ପଣ୍ଡା, ହରିବନ୍ଦନ ନାଥ, ସନ୍ତୋଷ ବେହେରା, ସନ୍ତୋଷ ମହାକୁଡ, ଅମନ୍ ବିଶ୍ୱାଳ, ସରୋଜକାନ୍ତ ବେହେରା, ଜିତେନ୍ଦ୍ର ସ୍ୱାଇଁ, ସୁବ୍ରତ ନାୟକ, ପପୁନ୍ ମହାନ୍ତି, ଲକ୍ଷ୍ମୀଧର ରାଉତ, ସୋନୁ ବେହେରା, ହାପି ପଣ୍ଡା, ସଜନ ନାଏକ, ବଳରାମ ସେଠୀ ଓ ଗୋଶନ ନନ୍ଦ ନାୟକଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃ ପ୍ରସାଦ ନନ୍ଦ, ବିଜେପି ମଣ୍ଡଳ ସଭାପତି ବିକାଶ ସାହୁ, ରଞ୍ଜିତ୍ ବିଶାଲ, ଦେବାଶିଷ ପାଣି, ସମରେନ୍ଦ୍ର ଶତପଥୀ, ଲକ୍ଷ୍ମୀଧର ଦଲେଇ, ପୂର୍ଣ୍ଣଚନ୍ଦ୍ର ହୋତା, ରଞ୍ଜନ ସାହୁ, ଜଗନ୍ନାଥ ବେହେରା, ପ୍ରମୁଖ ସାମିଲ୍ ଥିଲେ ।