କାମ କରୁନି ଜିଓ ଇଣ୍ଟରନେଟ୍, ଗ୍ରାହକ ଅସନ୍ତୋଷ

 ଭୁବନେଶ୍ୱର:  ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଲାଗିଥିବା ଜିଓ ଟାୱାର ସଠିକ୍ ଭାବେ ଇଣ୍ଟରନେଟ୍ ସେବା ଯୋଗାଇବାରେ ବିଫଳ ହୋଇଛି । କଥା ହେବା କଷ୍ଟକର ହୋଇ ପଡ଼ିଥିବାବେଳେ ଜିଓ ନେଟ୍ସେବା ସମ୍ପୂର୍ଣ୍ଣ ଫେଲ୍ ମାରୁଛି । ଗତ କିଛିଦିନ ହେବ ଫିରିଙ୍ଗିଆ ବଜାରରେ ମଧ୍ୟ ଇଣ୍ଟରନେଟ୍ ଠିକ୍ ଭାବରେ ଚାଲୁ ନ ଥିବାବେଳେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଓ କର୍ତ୍ତୃପକ୍ଷ ମଧ୍ୟ କୌଣସି ଗୁରୁତ୍ୱ ଦେଉନଥିବାରୁ ସାଧାରଣରେ ଗ୍ରାହକ ସେବା ପାଇବାରୁ ବଞ୍ଚôତ ହେଉଛନ୍ତି । ଜିଓ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉନାହାନ୍ତି । ଦିନର ଅଧିକାଂଶ ସମୟ ଠିକ୍ ଭାବରେ ଜିଓ ନେଟ୍ ଚାଲୁନାହିଁ । ବିଏସଏନଏଲ ସେବା ଫିରିଙ୍ଗିଆ ଅଞ୍ଚଳରେ ରହିଥିଲେ ମଧ୍ୟ ଅଧିକାଂଶ ଜିଓ ଗ୍ରାହକ ରହିଥିବାରୁ ସେମାନେ ବହୁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଏହି ଜିଓ ନେଟ୍ ସେବାକୁ ଫିରିଙ୍ଗିଆରେ ଠିକ୍ ଭାବରେ ଯୋଗାଇ ଦେବାକୁ ଫିରିଙ୍ଗିଆ ଅଞ୍ଚଳବାସୀ ଦାବି କରିଛନ୍ତି । ଆଗାମୀ ଦିନରେ ଏହି ଜିଓ ସେବା ଠିକ୍ ଭାବରେ ଯୋଗାଇ ନ ଦେଲେ ବାଧ୍ୟ ହୋଇ ଆନେ୍ଦାଳନ କରିବେ ବୋଲି କିଛି ଜିଓ ଗ୍ରାହକଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି ।