କୁକର୍ମ ଅଭିଯୋଗରେ ଯୁବକ ଗିରଫ 

 ବୁଗୁଡା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜନୈକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ ହେଲେ ବି.କରଡ଼ାବାଡ଼ି ଗ୍ରାମର ବିପିନ ଗୌଡ(୨୪)  । ଦୁଷ୍କର୍ମକାରୀ ବିପିନର ବିରୁଦ୍ଧରେ ନାବାଳିକାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ଥାନାରେ କେସ୍ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ବ୍ରହ୍ମପୁରସ୍ଥ ପସ୍କୋ କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି ।