୪୨ ୟୁନିଟ ରକ୍ତ ସଂଗ୍ରହ

ବୁଗୁଡ଼ା: ବୁଗୁଡ଼ା ବ୍ଲକ ମାଣିତରା ଗ୍ରାମରେ ମା ସେନାପତି ଯୁବକ ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ମସô୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଳିକ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ଭଞ୍ଜନଗର ବ୍ଲଡ ବ୍ୟାଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।  ସଙ୍ଘ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ କୋଷାଧକ୍ଷ ଦୀପକ କୁମାର ଗୌଡ଼ ଉକ୍ତ ଶିବିରକୁ ପରିଚାଳନା କରିଥିବା ବେଳେ ଏଥିରେ ଆଲୋକ ସାମଲ,ଯୋଗେନ୍ଦ୍ର ଚୌଧୁରୀ,ସୁଧୀର ପ୍ରଧାନ,ନୀଳାଞ୍ଚଳ ସାହୁ, ଲାଲୁ ମୋହନ ବିଶ୍ୱାଳ,ସୁବ୍ରତ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।