କୋଷ୍ଠକାଠିନ୍ୟ ଦୂର ପାଇଁ ପ୍ରାତଃପାନୀୟ

ଆମ ସ୍ବାସ୍ଥ୍ୟ ର ଉନ୍ନତି ପାଇଁ ଶରୀରରେ କାର୍ୟ୍ୟ କରୁଥିବା ପଚନକ୍ରୀୟାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହା ଖାଦ୍ୟରୁ ବର୍ଜ୍ୟ ପଦାର୍ଥକୁ ନିଷ୍କାସନ କରି ଗୁଣକାରୀ ପୋଷକଗୁଡିକୁ ଗ୍ରହଣ କରିଥାଏ । ତେବେ ଅନେକ ସମୟରେ ପେଟଫାମ୍ପିବା, ପେଟ ଭିଡ଼ିମୋଡ଼ି ହେବା, ଗ୍ୟାସ ହେବା, ପତଳା ଝାଡ଼ା ହେବା ବା କୋଷ୍ଠକାଠିନ୍ୟ ପରି ଅତ୍ୟନ୍ତ ଅପ୍ରୀତିକର ତଥା ଅସହ୍ୟ ପାକ ଜନିତ ସମସ୍ୟା ଆମେ ଭୋଗିଥାଉ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ କିଛି ସତେଜ, ପୁଷ୍ଟିକର ତଥା ଅନ୍ତନଳୀ ଅନୁକୂଳ ପାନୀୟ ସେବନ କରିବା ଉଚିତ୍। ଦିନର ଆରମ୍ଭ ପୂର୍ବରୁ ସେଭଳି କିଛି ଗ୍ରହଣୀୟ ପାନୀୟ ବାବଦରେ ଜାଣିବା, ଯାହା ଆମର ପାଚନତତ୍ତ୍ୱକୁ ଉନ୍ନତ କରିବ.....
ଲେମ୍ବୁ ରସ ସରବତ:- ଗିଲାସେ ନଖଉଷୁମ ପାଣିରେ ଦୁଇ ଚାମଚ ଲେମ୍ବୁରସ ମିଶାଇ ପିଇଦେଲେ ତାହା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରାଇବା ସହ ସେଥିରେ ଥିବା ଭିଟାମିନ୍ ସି' ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏହା ପାକସ୍ଥଳୀରେ ଆବଶ୍ୟକ ପାକ ରସ କ୍ଷରଣକୁ ସୁଗମ କରି ଜୀର୍ଣ୍ଣ କ୍ରୀୟାକୁ ମଧ୍ୟ ସହଜ କରିଥାଏ ।
ଅଦା ଚା' :- ଅଦା ଚା' ହେଉଛି ଅନ୍ୟତମ ଗୁଣକାରୀ ପାନୀୟ କପେ ଗରମ ପାଣିରେ କେଇ ଖଣ୍ଡ କଟା ଅଦା ପକାଇ ୧୫ ମିନିଟ୍ ଯାଏ ଫୁଟାଇ ସେଥିରେ ମହୁ ଓ ଲେମ୍ବୁରସ ମିଶାଇ ଏହି ପାନୀୟ ପ୍ରସ୍ତୁତ କରିହେବ । ଏହା ଆମର ଲାଳଗ୍ରନ୍ଥିକୁ ସକ୍ରିୟ କରିବା ସହ ପିତ୍ତରସ କ୍ଷରଣରେ ବୃଦ୍ଧି ଘଟାଇଥାଏ ଜ୍ଝ
ତ୍ରିଫଳା ରସ :- ଅଁଳା,ହରିଡ଼ା ଓ ବାହାଡ଼ା ସଂପନ୍ନ ତ୍ରିଫଳା ରସ ଏକ ପ୍ରାକୃତିକ ହଜମକାରୀ । ସକାଳେ ଅଧିକପ୍ ପାଣିରେ କିଛି ତ୍ରିଫଳା ଗୁଣ ମିଶାଇ ପିଇଲେ ସେଥିରେ ଥିବା ଉଚ୍ଚମାନର ତନ୍ତୁ ଓ ସର୍ବିଟଲ ଜୀର୍ଣ୍ଣକ୍ରିୟାକୁ ସୁଗମ କରି ଅନ୍ତନଳୀରେ ଖାଦ୍ୟ ପରିବହନକୁ ସହଜ କରିଥାଏ।