ବାତ୍ୟା ଆଶ୍ରୟସ୍ଥଳୀ ତଦାରଖ କଲେ ବିଧାୟକ ହିମାଂଶୁ


ଧର୍ମଶାଳା: ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଶ୍ରୟସ୍ଥଳି ଗୁଡିକୁ ବିଧାୟକ ହିମାଂଶୁ ଶେଖର ସାହୁ ବୁଲି ତଦାରଖ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ବିଧାୟକ ଶ୍ରୀ ସାହୁ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ସନ୍ଧ୍ୟାରେ ବିଧାୟକ ବିଭିନ୍ନ ଆଶ୍ରୟସ୍ଥଳି ବୁଲି ତଦାରଖ କରିବା ସହିତ ସ୍ଥିତି ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି  । ବାତ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ କିଭଳି ସରକାରୀ ସହାୟତା ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।