ଗନ୍ଧମାର୍ଦ୍ଦନରେ ମାଓସାମଗ୍ରୀ


 ବରଗଡ :  ବରଗଡ ପୁଲିସକୁ ମିଳିଛି ବଡ ସଫଳତା  । ଗନ୍ଧମାର୍ଦ୍ଦନର ମର୍ଯାଦାପାଲି ଦୁର୍ଗେଇଖୋଲଠାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ ଏସପି ପିଏସ ମୀନା । ଜବତ ସାମଗ୍ରୀ ମଧ୍ୟରେ ୫୦ ଡିଡୋନେଟର ସମେତ ଜେଲେଟିନ ଷ୍ଟିକ, ମାଓ ପୁସ୍ତିିକା, ମାଓ ପୋଷାକ, ତାରପୋଲିନ, ଛତା, ପ୍ରେସର କୁକର, ମୋବାଇଲ ଚାର୍ଜର, ବ୍ୟାଟେରୀ, ମେଡିସିନ, ରେଡିଓ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି  । ଡିଭିଏଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ମାଓବାଦୀ ଲୁଚାଇ ରଖିଥିବା ସାମଗ୍ରୀ ଜବତ ହୋଇଥିବା ନେଇ ଏସପି କହିଛନ୍ତି  । ଗତ ବର୍ଷ ଅଗଷ୍ଟରେ ଆତ୍ମସମର୍ପଣ କରିଥିବା ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନର ଦୁଇ କ୍ୟାଡର ମାଓବାଦୀଙ୍କ ତଥ୍ୟ ଆଧାରରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ସଫଳତା ମିଳିଥିବା ଏସପି ମୀନା କହିଛନ୍ତି  ।