ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ 

 ଜଗତସିଂହପୁର : ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ କଲେଜର ଚଳିତ ଶିକ୍ଷା ବର୍ଷର ତୃତୀୟ ସ୍ନାତକ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି  । କଲେଜର ଅଧକ୍ଷା ଡ଼. ସୁଜାତା ଓଝା ପରୀକ୍ଷା ଫଳ ପୁସ୍ତକକୁ ଉନ୍ମୋଚନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରିକା ଡ. ମନୋଜା ସ୍ୱାଇଁ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ ବେହେରା, ଶୈକ୍ଷିକ ଅଧିକାରୀ ପ୍ରାଧ୍ୟାପକ ଅନନ୍ତ ଚରଣ ଆଚାର୍ଯ୍ୟ, ସହପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ଅସିତ ରଞ୍ଜନ ମହାପାତ୍ର, ଉପ ପରୀକ୍ଷାନିୟନ୍ତ୍ରିକା ଅମୃତା ମହାନ୍ତି, ଅଧ୍ୟାପକ ଅମିତାଭ ସ୍ୱାଇଁ, ବରିଷ୍ଠ ପ୍ରାଧ୍ୟାପକ ସତ୍ୟଜିତ ସାହୁ, ଅଧ୍ୟାପକ ବିବେକାନନ୍ଦ ରଣା, ମିଡିଆ ସେଲ୍ ମୁଖ୍ୟ ଅଧ୍ୟାପକ ଶୁଭେନ୍ଦୁମୌଳି ନନ୍ଦ, ଅଧ୍ୟାପକ ନିହାର ସ୍ୱାଇଁ, କନିଷ୍ଠ ସହାୟକ ବିଶ୍ୱ ବିକାଶ ସ୍ୱାଇଁ, ମୁଖ୍ୟ କିରାଣୀ ରମେଶ ଚନ୍ଦ୍ର ଦାସ, ବିଶ୍ୱ ରଞ୍ଜନ ବାରିକ, ଅସୀମ ଅମିତାଭ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ  । ତୃତୀୟ ବାର୍ଷିକ କଳାରେ ୯୨.୧ ପ୍ରତିଶତ, ବିଜ୍ଞାନରେ ୯୩.୨ ପ୍ରତିଶତ ଓ ବାଣିଜ୍ୟରେ ୯୦.୯ ପ୍ରତିଶତ, ବିବିଏରେ ଓ ବିସିଏ ରେ ୯୬. ୫ ପ୍ରତିଶତ ରଖି ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଗଣିତର କୁମାରୀ ରନôଶ୍ରୀ ମିଶ୍ର କଲେଜ ଟପ୍ପର ହୋଇଥିବା ବେଳେ ବିଜ୍ଞାନରେ କୁମାରୀ ରନôଶ୍ରୀ ମିଶ୍ର, କଳାରେ ସନ୍ଧ୍ୟା ଶ୍ରାବଣୀ ମହାରଣା, ବାଣିଜ୍ୟରେ ମିର୍ଜା ରାହିଲ ବେଗ୍ ନିଜ ନିଜ ବିଭାଗରେ ଟପ୍ପର ହୋଇଛନ୍ତି  ।