ଗରିବ କଲ୍ୟାଣ ଓ ବିକାଶ ସମାବେଶ ଅନୁଷ୍ଠିତ: ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଧର୍ମେନ୍ଦ୍ର
ବରଗଡ଼ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ମାନ୍ୟବର ରାଜ୍ୟ ମନ୍ତ୍ରୀ, ଉଚ୍ଚÿଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ସମୁଦାୟ ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଓଡିଶା ସରକାରଙ୍କ ଏକ ବର୍ଷର ଉପଲବ୍ଧି ତଥା ବରଗଡ଼ର ବିକାଶରେ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ । କର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଲା ସାଂସ୍କୃତି ଭବନ ନିର୍ମାଣ ତଥା ସମ୍ପ୍ରସାରଣ ପାଇଁ ୧୪୫. ୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ସହ କ୍ରୀଡା ଓ ଯୁବସେବା ବିଭାଗ ଅଧୀନରେ ଜାମୁଡା ଠାରେ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ୮୦୦. ୦ ଲକ୍ଷ ଏବଂ ଉଚ୍ଚÿ ଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋଟ ୧୨୬୧. ୯ ଲକ୍ଷ ଅଟକଳ ମୂଲ୍ୟର ୧୪ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ସାଂସଦ, ବରଗଡ ପ୍ରଦୀପ ପୁରୋହିତଙ୍କ ସମେତ ବିଧାୟକ ବରଗଡ ଅଶ୍ୱିନୀ କୁମାର ଷଡଙ୍ଗୀ, ବିଧାୟକ ଅତାବିରା ନିହାର ରଞ୍ଜନ ମହାନନ୍ଦ, ବିଧାୟକ ଝାରସୁଗୁଡା ଟଙ୍କଧର ତ୍ରିପାଠୀ, ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟ, ଏବଂ ବିଧାୟକ ବିଜେପୁର ସନତ କୁମାର ଗଡତିଆ ମଂଚାସୀନ ହୋଇ ସରକାରଙ୍କ ଏକ ବର୍ଷର ଉପଲବ୍ଧି ସହ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିବା ବେଳେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ମଂଚାସୀନ ଥିଲେ ।