ଶିଶୁଭବନ କାନ୍ଥ ଭୁଶୁଡ଼ିବା ଘଟଣା : ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା
କଟକ : ଗତ ୨୫ ତାରିଖ ଦିନ ବର୍ଷାରେ କଟକ ଶିଶୁଭବନରେ ନବନିର୍ମିତ କାନ୍ଥ ଭୁଷୁଡ଼ି ପଡ଼ିବା ଘଟଣା ଏକ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ଉଦଘାଟନ ହୋଇଥିବା ଏହି ହସପିଟାଲର କାନ୍ଥ ଭୁଷୁଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନବନିର୍ମିତ ଗୃହର ସ୍ଥାୟୀତ୍ୱ ଉପରେ କଂଗ୍ରେସ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଠିକାଦାର ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରି କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ସଭାପତି ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ସ୍ଥାନୀୟ ଲାଲବାଗ ଥାନାରେ ଏକ ଏତଲା ଦିଆଯାଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ସ୍ୱାଇଁ, ମନୋଜ ବିଶ୍ୱାଳ, ମାନସ ପରିଡ଼ା, ରାମଚନ୍ଦ୍ର ଗୋଚ୍ଛାୟତ, ନିର୍ମଳ ସ୍ୱାଇଁ, ଜୟ ନାରାୟଣ ତି୍ରପାଠୀ, ବିପିନ ପଶାୟତ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।