ଗୁରୁଶିଷ୍ୟ ପରମ୍ପରାରେ କଳଙ୍କ : ନାବାଳିକା କ୍ରୀଡ଼ାବିତ ଗଣଦୁଷ୍କର୍ମ
ଯାଜପୁର ଟାଉନ : ସାରା ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅସଦାଚରଣ, କୁକର୍ମ ଓ ହତ୍ୟା ଭଳି ଲୋମ ହର୍ଷଣକାରୀ ଘଟଣା ଘଟୁଥିବା ବେଳେ ଯାଜପୁରରେ ଘଟିଥିବା ଲଜ୍ୟା ଜନକ ଘଟଣା ଲୋକ ଲୋଚନକୁ ଆସିଛି । ଜନୈକା ନାବାଳିକା ହକି ପ୍ରଶିକ୍ଷିକା ପ୍ରଶିକ୍ଷକଙ୍କ ଦ୍ୱାରା ଗଣ ବଳାକôାରର ଶୀକାର ହେବା ଭଳି ଘଟଣା ଯାଜପୁର ଜିଲାରେ ଆଲୋଡ଼ନ ଖେଳାଇ ଦେଇଛି । ପୁଲିସ ନାବାଳିକାର ବୟାନ ରେକର୍ଡ଼ କରିଥିବା ବେଳେ ୩ଜଣ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖ୍ô ପଚରା ଉଚରା କରୁଛି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଥାନା ଅଞ୍ଚଳର ସଂପୃକ୍ତ ନାବାଳିକା ହକିି ଖେଳିବା ପାଇଁ ହକି ଷ୍ଟାଡ଼ିୟମକୁ ଯାଉଥିଲେ । ଏହି ସମୟରେ ପ୍ରଶିକ୍ଷକ ସଂପୃକ୍ତ ନାବାଳିକାକୁ ବାରମ୍ବାର ଅସଦାଚାରଣ କରୁଥିଲେ । ଏନେଇ ସଂପୃକ୍ତ ନାବାଳିକା ପ୍ରତିବାଦ କରୁଥିଲେ ମାତ୍ର ଗତ ଜୁଲାଇ ୩ ତାରିଖରେ ସଂପୃକ୍ତା ନାବାଳିକା ଘରକୁ ଫେରୁଥିବା ବେଳେ ଗାନ୍ଧୀଛକ ନିକଟରୁ ୨ଜଣ ପ୍ରଶିକ୍ଷକ ଓ ଅନ୍ୟ ଜଣେ ତା’ର ସାଥୀ ଜୋର ଜବରଦସ୍ତ ବାଇକରେ ସହରର ଏକ ଲଜକୁ ନେଇ ଯାଇଥିଲେ । ସେଠାରେ ତାକୁ ଗଣ କୁକର୍ମ କରିଥିଲେ ବୋଲି ସଂପୃକ୍ତା ନାବାଳିକା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏନେଇ ସଂପୃକ୍ତା ନାବାଳିକା ଜିଲା କ୍ରୀଡ଼ାଧିକାରୀ ଫକୀର ମୋହନ ଟୁଡୁଙ୍କୁ ଜଣାଇଥିଲେ । କ୍ରୀଡ଼ାଧିକାରୀ ଘଟଣା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଚୁପ୍ ହୋଇ ବସି ଯାଇଥିଲେ ବୋଲି ସଂପୃକ୍ତା ନାବାଳିକା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ରବିବାର ନାବାଳିକାର ଅଭିଯୋଗ ପାଇଲା ପରେ ଯାଜପୁର ପୁଲିସ ଗୁରୁତର ସହ ନେଇ ଦୁଇଜଣ ପ୍ରଶିକ୍ଷକ ଓ ତାଙ୍କର ଜଣେ ସହଯୋଗୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ସଂପୃକ୍ତ ନାବାଳିକାକୁ ଡାକ୍ତର ମାଇନା କରିବା ନିମନ୍ତେ ଯାଜପୁର ମେଡ଼ିକାଲକୁ ପଠାଇବା ସହ ବିଚାରପତିଙ୍କ ନିକଟରେ ନାବାଳିକାକୁ ହାଜର କରାଯାଇ ତା’ର ବୟାନ ରେକର୍ଡ଼ କରାଯାଇଛି । ପୁଲିସ ମଧ୍ୟ ଉକ୍ତରାତିରେ ନାବାଳିକାର ବୟାନ ରେକର୍ଡ଼ କରିଥିଲା । ଏଠାରେ ପ୍ରଶ୍ନ ଉଠେ ଏକ ସମ୍ବେଦନଶୀଳ ଘଟଣାରେ କ୍ରୀଡ଼ାଧିକାରୀ ଘଟଣାକୁ ଗୁରୁତର ସହ ନେଇ ବିଚାର କରିବା ପରିବର୍ତେ କାହିଁକି ନୀରବ ରହିଥିଲେ । ବାଲେଶ୍ୱର ଏଫ.ଏମ କଲେଜ ଓ ପୁରୀ ବଳଙ୍ଗା ଘଟଣା ରାଜ୍ୟ ସରକାର ଓ ପୁଲିସ ବିଭାଗକୁ ଅଡୁଆରେ ପକାଇଥିବା ବେଳେ ଯାଜପୁର ନାବାଳିକା ହକି ଖେଳାଳୀଙ୍କୁ ଅସଦାଚାରଣ ଘଟଣାରେ କ୍ରୀଡ଼ା ବିଭାଗ ନୀରବତା ସମସ୍ତଙ୍କୁ ଚକିତ କରିଛି । ଯଦି ଏପରି ଘଟଣା ଘଟି ଚାଲେ ତେବେ ହକି ପ୍ରଶିକ୍ଷଣ ନେବା ପାଇଁ ଆସୁଥିବା ନାବାଳିକା କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାବାଳିକାଙ୍କ ଅଭିଯୋଗ ପରେ ଗୁରୁଶିଷ୍ୟ ପରମ୍ପରାର କଳଙ୍କର ଦାଗ ଲାଗିଛି ବୋଲି ବିଭିନ୍ନ ଖେଳର ପ୍ରଶିକ୍ଷକ ସୂଚନା ଦେଇଛନ୍ତି । ଏପରିକି ଅନ୍ୟ ପ୍ରଶିକ୍ଷଣ ନେବା ପାଇଁ ଆସୁଥିବା ନାବାଳିକାକୁ ପ୍ରଶିକ୍ଷକ ଏପରି ବରାବର କରୁଛନ୍ତି ବୋଲି ସଂପୃକ୍ତ ନାବାଳିକା ସିଧାସଳଖ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପରେ ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଥାନା କେଶ ନଂ.୩୪୧/୨୦୨୫ ମୁତାବକ କେଶ କରି ତଦନ୍ତ ଜାରି ରଖିଛି । ପୁଲିସ ୨ଜଣ ପ୍ରଶିକ୍ଷକ ଓ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାରେ ଯାଜପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ପୀଡ଼ିତାକୁ ହାଜର କରାଯାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୮୩ ଅନୁଯାୟୀ ବୟାନ ରେକର୍ଡ଼ କରାଯାଇଛି ।