ସାପକୁ ଧରି ମେଡ଼ିକାଲ ଗଲେ ଯୁବକ
ଅନୁଗୁଳ: ଅନୁଗୁଳ ମେଡିକାଲ ପରିସରରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକକୁ ବିଷଧର ସାପ କାମୁଡି ଦେବାରୁ ସେ ସେହି ସାପକୁ ଧରି ସିଧା ମେଡିକାଲକୁ ଆସିଥିଲେ ।
ମେଡ଼ିକାଲକୁ ସାପ ଧରି ଆସିବା ଦେଖି ରୋଗୀ ଡାକ୍ତର ସମସ୍ତେ ଏକ ପ୍ରକାର ଛାନିଆଁ ହୋଇପଡିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶଯେ, ନିଶା ଥାନା ଅନ୍ତର୍ଗତ କାଳିଆକଟା ଗାଁର ବବୁଲ ଭୋଇଙ୍କ ଦାଦା ଘରେ ଏକ ବିଷଧର ସାପ ପଶି ଯାଇଥିଲା । ତେବେ ବବୁଲ ସେହି ସାପକୁ ଧରିବାକୁ ଯାଇଥିବା ବେଳେ ସାପ ଚୋଟ ମାରିଦେଇଥିଲା । ଆଉ ସେଇ ସାପକୁ ଧରି ବବୁଲ ସିଧା ମେଡିକାଲ୍ ଟିକେଟ କାଉଣ୍ଟରରେ ପହଞ୍ଚିଥିଲେ । ସାପକୁ ଦେଖି ରୋଗୀମାନେ ଭୟରେ ଏଣେ ତେଣେ ଧାଁଦୌଡ଼ କରି ପଳାଇଥିଲେ । ଏଖବର ମେଡିକାଲ କର୍ତ୍ତୃପକ୍ଷ ଜାଣିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସାପକୁ ଉଦ୍ଧାର କରାଯାଇଥିବା ବେଳେ ବବୁଲକୁ ଚିକିସôା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବବୁଲ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।