ଛୁରୀ ଦେଖାଇ ଲୁଟ୍; ଲୁଟେରା ଗିରଫ; ୬ ମୋବାଇଲ ଜବତ

ଛୁରୀ ଦେଖାଇ ଲୁଟ୍; ଲୁଟେରା ଗିରଫ; ୬ ମୋବାଇଲ ଜବତ

ଭୁବନେଶ୍ୱର, ୨୬ା୧୧ : ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଛୁରୀ ଦେଖାଇ ମୋବାଇଲ ଓ ଟଙ୍କା ଲୁଟ୍ କରିବା ବଡ଼ଗଡ଼ ଥାନାରେ ଅଭିଯୋଗ । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମୋବାଇଲ ଟ୍ରାକିଂ ଦ୍ୱାରା ଆଜି ଲୁଟେରାକୁ ଗିରଫ କରିଛି । ପରେ ତାଠାରୁ ୬ଟି ଚୋରି ମୋବାଇଲ ଓ ଏକ ସ୍କୁଟିସ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ପୁରୀ ଜିଲ୍ଲାର ବବୁଲ ବାରିକ । ଏଠାରେ ସେ ଲକ୍ଷ୍ମୀସାଗର କେନାଲ ରୋଡ ଅଞ୍ଚଳରେ ରହି ଲୁଟ୍ ପାଟ୍ ଚଳାଇଥିଲା । ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । 
ସୂଚନା ଯୋଗ୍ୟଯେ, ଗତ ୨୫ ତାରିଖ ମଧ୍ୟ ରାତ୍ରିପ୍ରାୟ ୧୨ଟାରେ ଅଭିଯୋଗକାରୀ ରଘୁନାଥ ସାହୁ ଓ ତାଙ୍କର ସହକର୍ମୀ ଅଫିସ କାମ ଚାଲି ଚାଲି ସାରି ଘରକୁ  ଫେରୁଥିଲେ । ସେହି ସମୟରେ ଅଭିଯୁକ୍ତ ଏକ ଲାଲି ରଙ୍ଗର ସ୍କୁଟିରେ ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଏକ ଛୁରୀ ବାହାର କରି ଧମକାଇ ମୋବାଇଲ ଓ ଟଙ୍କା ଦେବାକୁ କହିଥିଲା । ଏହି ସମୟରେ ଘଟଣା ସ୍ଥଳରେ ଲୋକଶୁନ୍ୟ ଥିବାରୁ ଭୟରେ ଅଭିଯୋଗକାରୀ ଓ ତାଙ୍କର ସହକର୍ମୀ ସେମାନଙ୍କର ମୋବାଇଲ ଓ କିଛି ଟଙ୍କା ଅଭିଯୁକ୍ତକୁ ଦେଇଦେଇଥିଲେ । ଅଭିଯୁକ୍ତ ମୋବାଇଲ ନେଇ ସେଠାରୁ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ଓ ତାଙ୍କର ସହକର୍ମୀ ବଡ଼ଗଡ଼ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ପରେ ଅଭିଯୁକ୍ତର ତଲାସି ବେଳେ ତାଠାରୁ ୬ଟି ଚୋରା ମୋବାଇଲ ଫୋନ ଓ ଏକ ସ୍କୁଟିକୁ ଜବତ କରାଯାଇଛି ।