ଜାତୀୟ ବିଜ୍ଞାନ ଦିବସ ପାଳିତ 

ବଲାଙ୍ଗୀର: ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ ନିଜ ସଭାପତିତ୍ୱ ଅଭିଭାଷଣରେ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ ହେଉଥିବା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନ ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋସôାହିତ କରୁଛି ବୋଲି କହିଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ନିଜ ବକ୍ତବ୍ୟରେ ଦେଶରେ ବିଜ୍ଞାନର ପ୍ରଚାର  ଓ ପ୍ରସାର କରି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ତଥା କୁସଂସ୍କାର ଦୂର କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ବିଜ୍ଞାନ ବିଷୟ ପ୍ରତି ଆକୃଷ୍ଟ କରିବା ଏହି ଦିବସ ପାଳନର ଲକ୍ଷ ବୋଲି କହିଥିଲେ । ବିଜ୍ଞାନ ଶିକ୍ଷକ ପଂକଜ ମେହେର ଚଳିତ ବର୍ଷ ବିଜ୍ଞାନ ଦିବସର ବିଷୟ ବସ୍ତୁ "ବିକଶିତ ଭାରତ ନିମନ୍ତେ ବିଜ୍ଞାନ ଓ ନୂତନ ଉଦ୍ଭାବନ ଦ୍ୱାରା ବିଶ୍ୱ ନେତୃତ୍ୱ ପାଇଁ ଯୁବ ସମାଜକୁ ସଶକ୍ତ କରିବା’ ସଂପର୍କରେ କହିବା ସହ ସାର୍ ସି.ଭି.ରମଣଙ୍କର ଆବିଷ୍କାର 'ରମଣ ପ୍ରଭାବ' ଭାରତୀୟ ବିଜ୍ଞାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ହେବା ସହ ଭାରତକୁ ବିଶ୍ୱ ବୈଜ୍ଞାନିକ ମାନଚିତ୍ରରେ ସ୍ଥାନୀତ କରିପାରିଛି ବୋଲି କହିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରତୀଷା ମିଶ୍ର ନିଜ ବକ୍ତବ୍ୟରେ ଆମ ଦେଶର ବିକାଶରେ ବୈଜ୍ଞାନିକ ମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସମସ୍ତଙ୍କ ମନରେ ବିଜ୍ଞାନ ପ୍ରତି ରୁଚି ଓ ଅନୁରାଗ ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ଉଦେ୍ଦଶ୍ୟ ବୋଲି କହିଥିଲେ । ଏହି ଅବସରରେ 'ବିଜ୍ଞାନ ବନାମ ଅନ୍ଧବିଶ୍ୱାସ' ବିଷୟ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କପିଳାସ ସାହୁ ପ୍ରଥମ,ବିଜ୍ଞାତା ଭରାସାଗର ଦ୍ୱିତୀୟ ଓ ଆଦ୍ୟାଶା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ବିଜ୍ଞାନ ସେମିନାର ରେ ପ୍ରଜ୍ଞାମୟୀ କଲତା,ପ୍ରତୀକ ଭୋଇ ପୁରସ୍କୃତ ହୋଇଥିଲେ । ଗଣିତ ସେମିନାର, ବିଜ୍ଞାନ ଓ ଗଣିତ କୁଇଜ,ଗଣିତ ୌଡ  ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା  । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ଦଣ୍ଡସେନା, କାହ୍ନୁଚରଣ ଧରୁଆ, ସଂଜୀବ କୁମାର ମିଶ୍ର, ସୁଜିତ ଦେହୁରୀ, ମୁରାରି ମୋହନ ପର୍ଡିଆ, ସୁଷମା ମେହେର,ରଶ୍ମିତା ବିଶ୍ୱାଳ, ପ୍ରଜ୍ଞା ପରମିତା ଖୁଆସ ପ୍ରମୁଖ ମଞ୍ଚାସୀନ ଥିଲେ ।