ଦାଦନ ପୀଡ଼ିତ ପରିବାରଙ୍କୁ ଆର୍ଥକ ସାହାଯ୍ୟ

 ବଲାଙ୍ଗିର: ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମ ପଞ୍ଚାୟତ ଗଣ୍ଡବାହାଲ (ଜାମବାହାଲ) ଗ୍ରାମର ଲାଲା ପାତ୍ର କାମ ଧନ୍ଦା ନ ପାଇବାରୁ ଆନ୍ଧ୍ରପ୍ରଦେଶ ଆଙ୍କପାଲ୍ଲୀ ଆଣ୍ଟିିଆର ଠାରେ ରାସାୟନିକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ପରିବାର ଲୋକେ କହିବା ଅନୁସାରେ ସେହି ରସାୟନ କମ୍ପାନୀରେ କାମ କଲା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାପରେ ନିଜର ଆଶ୍ରୟ ସ୍ଥଳୀରେ ବିଶ୍ରାମ ନେଇଥିଲେ । କିଛି ସମୟ ପରେ ତାଙ୍କ ପାଟିରୁ ନାକରୁ ରକ୍ତ ବାହାରିବାରୁ ତାଙ୍କର ମୃତୁ୍ୟ ହୋଇଯାଇଥିôଲା । ଏଣୁ ପରିବାର ଲୋକେ ସନେ୍ଦହ କରୁଛନ୍ତି ରାସାୟନିକ ତୀବ୍ରତାକୁ ସହ୍ୟ କରିପାରିନପାରି କିମ୍ବା ବିଷ ଦେଇ ମାରିଦେଇଛନ୍ତି । ଏଣୁ ବ୍ୟବଚ୍ଛେଦ ହେଲା ପରେ ତାଙ୍କ ମର ଶରିରକୁ ପୁଇଁନ୍ତଲା ଥାନା ଆଗରେ ରଖି ରାସ୍ତା ରୋକ କରିବା ପାଇଁ ଆଦିବାସୀ ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇଁ ସତ୍ୟନାରାୟଣ ଭୋଇ ତହସିଲଦାର ମହୋଦୟ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଆଣିଥିଲେ । ସଙ୍ଗେ ସଙ୍ଗେ ତହସିଲଦାର ଗୋ÷÷ରବ ବରଗେ, ପୋଲିସ ଅଧିକାରୀମାନେ ପହିଁଞ୍ଚô ସମାଧାନ କରିଥିଲେ । କିନ୍ତୁ ଯେଉଁ ବିଭାଗ ଶ୍ରମିକମାନଙ୍କ ସୁରକ୍ଷା ଦେଉଛନ୍ତି ବିଳମ୍ବରେ ଆସିବାରୁ ଉତ୍ତେଜନା ଦେଖା ଦେଇଥିଲା । ଶେଷରେ ରେଡକ୍ରସରୁ ଆର୍ଥିକ ସାହାଯ୍ୟ ଦେଇଥିଲେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୋତା । ସରକାରଙ୍କ ଯାହା ଯୋଜନା ଅଛି ଅତିଶିଘ୍ର ପହଞ୍ଚାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।