ଓଡ଼ିଆ ପୁଅ ନିଟ୍ ଏସ୍ଏସ୍ ଟପ୍ପର
ବଲାଙ୍ଗୀର : ସର୍ବଭାରତୀୟ ନିଟ୍ ଏସ୍ଏସ୍ (ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା) ପୁଣି କମାଲ ଦେଖାଇଛନ୍ତି ଆଉଜଣେ ଓଡ଼ିଆ ପୁଅ । ଚଳିତ ପ୍ରବେଶିକା ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟସ ଜୈନ ସର୍ବଭାରତୀୟସ୍ତରେ ଟପ୍ପର୍ ହୋଇଛନ୍ତି । ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ପୁଅ ହୋଇଥିବା ବେଳେ ସେ ମୁମ୍ବାଇର ପ୍ରତିଷ୍ଠିତ କେଇଏସ୍ ମେଡିକାଲ କଲେଜରୁ ଏମବିବିଏସ୍ରେ ୧୪୭(ନିଟ୍)ର ଡିଗ୍ରି ହାସଲ ପରେ ମହାରାଷ୍ଟ୍ର ନାଗପୁର ମେଡିକଲେଜରେ ସାଧାରଣ ସର୍ଜରୀରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ କଣ୍ଟାବାଞ୍ଜି ସହରର ଜନସାଧାରଣ ଗୌରବ ଅନୁଭବ କରିବା ସହିତ ପରିବାର ବର୍ଗଙ୍କୁ ଶୁଭେଛା ଜଣାଇଛନ୍ତି ।