ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ଭୁବନେଶ୍ୱର : ଆଜି ଜଟଣୀ ବ୍ଲକ୍ ଅନ୍ତର୍ଗତ ପଧାନସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟେଟ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିଲେ । ମିଳିତ ଜନ ଅଭିଯୋଗ ପ୍ରକୋଷ୍ଠରୁ ପଠାଯାଉଥିବା ଅଭିଯୋଗ ଦରଖାସ୍ତଗୁଡ଼ିକ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ସହ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଶ୍ରୀ ରାଣା ନିଦେ୍ର୍ଦଶ ଦେଇଛନ୍ତି । ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୪୪ଗୋଟି ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୩ ଓ ଗ୍ରାମ ସମସ୍ୟା ଜନିତ ୨୮ ଗୋଟି ଅଭିଯୋଗ ଥିଲା । ଅଭିଯୋଗ ପ୍ରକୋଷ୍ଠରେ ୨ଗୋଟି ଅଭିଯୋଗର ତ୍ୱରିତ ଶୁଣାଣି କରି ସମାଧାନ କରାଯାଇଥିଲା ।