ଓଡ଼ିଶା ଅଭିଭାବକ ମହାସଂଘର ଦାବି ବେସରକାରୀ ସ୍କୁଲରେ ମାଗଣା ନାମଲେଖା
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗାନ୍ଧିମାର୍ଗରେ ପାରଦର୍ଶୀ ପୋର୍ଟାଲ ଘୋଟାଲାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ଆବେଦନ ଗ୍ରହଣ କରିବା ଏବଂ ମାଗଣା ଆଡ଼ମିଶନ ଦାବିରେ ଆଜି ଅଭିଭାବକ ମହାସଂଘର ପ୍ରତିବାଦ କରିଛି । ପୋର୍ଟାଲ ଆବେଦନ ପ୍ରକ୍ରିୟାକୁ ପ୍ରାଇଭେଟ ସ୍କୁଲ୍ ଏକ ମାସ ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟାଲା ରହିଛି ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ଗରିବ ଶ୍ରେଣୀର ଅଭିଭାବକ ନିଜର ପିଲାର ଆବେଦନ ପାଇଁ ୧୭ ଦିନ ସମୟ ଦିଆଯାଇଥିବା ବେଳେ ଧନୀ ଶ୍ରେଣୀର ଅଭିଭାବକଙ୍କ ପାଇଁ ପ୍ରାଇଭେଟ ମ୍ୟାନେଜମେଣ୍ଟ ସ୍କୁଲ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ ୭୦ ଦିନ ସମୟ ଦିଆଯାଇଛି । ଯାହାକୁ ନେଇ ଅଭିଭାବକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି । ଏହିଭଳି ଅଭିଭାବକମାନେ ଗତବର୍ଷ ମଧ୍ୟ ବିଭାଗର ତ୍ରୁଟି ଯୋଗୁ ଆଡ଼ମିସନ କରିନପାରି ହଇରାଣ ହୋଇଥିଲେ । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସତ୍ୟବ୍ରତ ପରିଜା, ପଦ୍ମନାଭ ସାହୁ, ସଦାନନ୍ଦ, ଗଣ୍ଡ, ମୀନାରାଣୀ ଦାସ, ମିଲି ସାହୁ, ତପନ ରାଉତରାୟ, ପ୍ରଫୁଲ୍ଲ ବଡ଼ସେଟ, ଆସିତା ମହାନ୍ତି, ସୁନିତା ରେଡି ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।