ଜୁଲାଇ ୨୧ ରୁ ସଂସଦରେ ମୌସୁମୀ ଅଧିବେଶନ
ସଂସଦରେ ମୌସୁମୀ ଅଧିବେଶନ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ସରକାର ୮ଟି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ବିଲ୍ ମଧ୍ୟରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡ଼ିତ ବିଲ୍ ମଧ୍ୟ ରହିଛି । ମଣିପୁରରେ ରାଷ୍ଟ୍ରପତି ଶାସନ ଆଉ କିଛି ଦିନ ଚାଲୁ ରଖିବାକୁ ସରକାର ଯୋଜନା କରୁଛନ୍ତି । ମଣିପୁରରେ ଫେବୃଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସରକାର ପ୍ରତି ୬ ମାସରେ ସଂସଦର ଅନୁମତି ନେବା ନିହାତି ଜରୁରୀ । ସଂସଦର ଆଗାମୀ ଅଧିବେଶନରେ ମଣିପୁରରେ ରାଷ୍ଟ୍ରପତି ଶାସନ, ଜିଏସଟି (ସଂଶୋଧନ), ଜନ ବିଶ୍ୱାସ (ସଂଶୋଧନ), ଭାରତୀୟ ସଂସ୍ଥାନ ପ୍ରବନ୍ଧନ (ସଂଶୋଧନ), କର ଆଇନ (ସଂଶୋଧନ), ଭୂ ଐତିହ୍ୟ ସ୍ଥଳୀ ଓ ଭୂ-ଆବଶେଷ (ସୁରକ୍ଷା ଓ ରକ୍ଷଣାବେକ୍ଷଣ), ଖଣି (ଉନ୍ନତି ଓ ନିୟମ) , ରାଷ୍ଟ୍ରୀୟ କ୍ରୀଡ଼ା ପ୍ରଶାସନ ବିଲ୍, ରାଷ୍ଟ୍ରୀୟ ଡୋପିଂ ବିରୋଧୀ (ସଂଶୋଧନ) ସେହିପରି ଏହି ବିଲ୍ ଗୁଡିକୁ ମଧ୍ୟ ଲୋକସଭାରେ ପାରିତ କରାଯିବାର ସମ୍ଭାବନା ରହିଛି । ଗୋଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜନଜାତି ପ୍ରତିନିଧିତ୍ୱ, ପୁନଃସମନ୍ୱୟ ବିଲ, ମାଚେଣ୍ଟ ଶିପିଂ ବିଲ୍, ଭାରତୀୟ ବନ୍ଦର ବିଲ-୨୦୨୫, ଆୟକର ବିଲ ୨୦୨୫ । ସରକାର ସଂସଦରେ ଏସବୁ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିରୋଧୀ କିନ୍ତୁ ମଣିପୁର, ବିହାରରେ ନାଗରିକତା ସଂଶୋଧନ ପ୍ରକ୍ରିୟା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।