ଟ୍ରେନରେ ଭର୍ତ୍ତି ହୋଇ ରହିଛି ଡିଜେଲ୍: ଜଳୁଛି ଚଳନ୍ତା ଟ୍ରେନ୍,

 ଚଳନ୍ତା ଟ୍ରେନ୍ ହୁତୁହୁତୁ ହୋଇ ଜଳୁଛି । ଡିଜେଲ ବୋଝେଇ ହୋଇ ଥିବା ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ। ଚାରିଆଡ଼େ ଧୂଆଁମୟ। ନିଆଁର ପ୍ରଭାବ ଏତେ ବେଶୀ ଅଛି ଯେ, ପାଖ ଆଖରେ ନିଆଁ ଛଡ଼ା ଆଉ କିଛି ଦେଖାଯାଉନି। ତେବେ ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଡିଜେଲ ବୋଝେଇ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତଥାପି ଦୁର୍ଘଟଣା ପରେ ଟ୍ରେନକୁ ବନ୍ଦ କରିଦିଆଯାଇଛି। ନିଆଁ ଏତେ ଭୟଙ୍କର ଯେ ଆକାଶରେ କେବଳ ଧୂଆଁ ଦେଖାଯାଉଛି। ଏହି ଦୁର୍ଘଟଣାରେ ଅନେକ ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି।