ଡାଲା ଅଟୋ ଓଲଟି ୧୨ ଆହତ, ଦୁଇ ଗୁରୁତର
ଆସିକା: ଆସିକା ଋଷିକୂଲ୍ୟା ନଦୀକୁ ବୁଡ଼ ପକାଇବା ପାଇଁ ଆସିଥିବା ଡାଲା ଅଟୋ ପାଲଟି ୧୨ ଜଣ ଆହତ ହୋଇଛନ୍ତି । ଆହତ ଅହଲ୍ୟା ପ୍ରଧାନ ଓ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକଲକୁ ସ୍ଥାନତାରିତ କରାଯାଇଛି । ଏହି ଅଟୋରେ ୧୫ଜଣ ବସିଥିଲେ । ଅନ୍ୟମାନେ ଆସିକା ଡାକ୍ତରଖାନାରେ ଚିକିସôିତ ହେଉଥିବା ବେଳେ ସେମାନ ଅବସ୍ଥା ସ୍ଥିର ରହିଛି । ମକର ସଂକ୍ରାନ୍ତି ଅବସରରେ ପବିତ୍ର ଋଷିକୂଲ୍ୟା ଓ ବଡନଦୀର ସଙ୍ଗମ ସ୍ଥଳକୁ ବୁଡ଼ ପକାଇବାକୁ ଆସିଥିଲେ । ବୁଡ଼ତୋଟା ନିକଟରେ ଅଘଟଣ । ଡାଲା ଅଟୋ ଅଲଟି ବାର ଜଣ ଆହତ ହୋଇ ଥିବା ବେଳେ ସେମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ସକାଳୁ ସକାଳୁ ବୁଡ଼ ତୋଟାକୁ ବୁଡ଼ ପକାଇବା ପାଇଁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ପାଟପୁର ଥାନା ଡେଙ୍ଗାଡ଼ି ଗାଁର ଡାଲା ଟେମ୍ପୋରେ ଋଷୁକୁଲ୍ୟ ବୁଡ଼ ତୋଟାକୁ ବାର ଜଣ ବୁଡ଼ ପକାଇବା କୁ ଆସିଥିବା ବେଳେ ବୁଡ ତୋଟା ନିକଟରେ ଡାଲା ଅଟୋ ଓଲଟି ଦଶ ଜଣ ଆହତ, ଆସିକା ମେଡିକାଲରେ ଭର୍ତ୍ତି, ଜଣଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆସିକାର ଶ୍ୟାମ ସ୍ୱାଇଁ ୭୨, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ୬୧, ସୁଫଳା ସ୍ୱାଇଁ ୪୫,ରଞ୍ଜିତା ପ୍ରଧାନ ୪୦, ପଞ୍ଚା ନନ ସ୍ୱଆଁ ସିଆଁ ୫୩, ଯୁଧିଷ୍ଠିର ଶୁଆ ସିଆଁ ୬୨,ଗୀତାଞ୍ଜଳି ସୁଅକ୍ଷ ସିଆଁ ୪୫,ସବିତା ଶୁଆ ସିଆଁ ୪୫,ଶୈଳ ଶୁଆ ସିଆଁ ୪୫ ଚିକିସôିତ ହେଉଥିଲେ ।