କୃଷି ଅଭ୍ୟାସ କର୍ମଶାଳା; ସାମିଲ ହେଲେ ଶତାଧିକ ଚାଷୀ
ାା ପ୍ରଭାନୁ୍ୟଜ ।ା କାଳିଆପାଣି: ଗୁରୁବାର ଟାଟାଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ୍ ମିନେରାଲ୍ସ ଡିଭିଜନ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଜଳବାୟୁ ଅନୁକୂଳ କୃଷି ଅଭ୍ୟାସ ଉପରେଚାଷୀମାନଙ୍କୁ ଅବଗତ କରାଇବା ପାଇଁ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଟାଟାଷ୍ଟିଲ୍ ଫାଉଣ୍ଡେସନ ଆୟୋଜିତ ଏକ ଦୀର୍ଘସ୍ଥାୟୀ ଜୀବିକା ଉପରେ ପର୍ଯ୍ୟବେଷିତ କାର୍ଯ୍ୟକ୍ରମରେ ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗର ଅଂଚଳର ୨୦୦ରୁ ଅଧିକ ଚାଷୀ ସାମିଲ ହୋଇଥିଲେ । ଏଫ୍ଏଏମ୍ଡିର ଖଣି ମୁଖ୍ୟ ଶମ୍ଭୁନାଥ ଝା କର୍ମଶାଳାକୁ ଉଦ୍ଘାଟନ କରି ଚାଷୀମାନଙ୍କୁ ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ ଉପରେ ସଚେତନ କରାଇବା ସହ ଉର୍ବର ମୃତିକା, ଜଳ ସଂରକ୍ଷଣ ଓ ଫସଲର ବିବିଧକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିଦେ୍ର୍ଦଶକ ଡ.ଅଂଶୁମାନ ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ ଜଳବାୟୁ ଉପଯୋଗୀ ଜଳସେଚନ ବ୍ୟବସ୍ଥା, ଜଳ ସଂରକ୍ଷଣ ଓ ଫସଲର ବିବିଧକରଣ ଓ ଜୈବିକ କୃଷିର ଗୁରୁତ୍ୱ ଭଳି ବିଷୟ ଉପରେ ଆଲୋକପାତ କରିଥିଲେ । ସେଣ୍ଟ୍ରାଲ ଇନଷ୍ଟିଚୁ୍ୟଟ ଫର ୱିମେନଇନ ଆଗ୍ରିକଲଚର ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ ଭୁବନେଶ୍ୱରର ବୈଜ୍ଞାନିକ ଡ.ବିଶ୍ୱନାଥ ସାହୁ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ବିବିଧ ଚାଷ ତଥା ପଶୁ ସମ୍ପଦ ଓ ଆନୁଷଙ୍ଗିକ ଚାଷ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିହେବ ବୋଲି କହିଥିଲେ ।
ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକୁ୍ୟଟିଭ ଇନଚାର୍ଜ ପଙ୍କଜ ସତିଜା କହିଥିଲେ କି ଏହି କର୍ମଶାଳା ଜରିଆରେ ପରିବର୍ତିତ ପରିବେଶ ସ୍ଥିତିକୁ ଗ୍ରହଣ କରିବା ସହିତ ଦୀର୍ଘସ୍ଥାୟୀ ଜୀବିକା ବଜାୟ ରଖିବା ଲାଗି ଆମେ ଚାଷୀମାନଙ୍କୁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ଜରିଆରେ ସଶକ୍ତ କରିବାକୁ ଚାହୁଁଛୁ । ଆମରଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ ଆଡ଼କୁ ସକରାତ୍ମକ ଭାବେ ଅଗ୍ରସର କରାଇବା । କର୍ମଶାଳାରେ ଚାଷୀ ଓ କୃଷି ବିଶେଷଜ୍ଞମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ ସୁକିନ୍ଦା ୟୁନିଟ୍ ମୁଖ୍ୟ ଡ଼ା.ଜୟନ୍ତ କୁମାର ତ୍ରିପାଠୀ, ଏଫ୍ଏଏମଡି ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଓ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।